୩ ଆରଜେଡି ନେତା ୬ ବର୍ଷ ପାଇଁ ଦଳରୁ ବହିଷ୍କୃତ

0 85

ପାଟନା, ୧୬ ।୮: ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ସମୟରେ, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ବିଧାନସଭା ନିର୍ବାଚନ ପୂର୍ବରୁ ନିଜର ତିନି ଜଣ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଛି । ବର୍ତ୍ତମାନ ଏହି ବିଧାୟକମାନେ ଆରଜେଡିରୁ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱ­ନ୍ଦିତା କରିପାରିବେ ନାହିଁ । ଦଳ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଥିବାରୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ତିନି ଜଣ ବିଧାୟକଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବିଧାୟକମାନଙ୍କ ମଧ୍ୟରେ ପ୍ରେମା ଚୌଧୁରୀ, ମହେଶ୍ୱର ଯାଦବ ଏବଂ ଫରାଜ ଫାତ୍ମି ଅନ୍ତର୍ଭୁକ୍ତ । ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ନିର୍ଦ୍ଦେଶରେ ସମସ୍ତଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି ।

Leave A Reply

Your email address will not be published.