ଏମ୍ସରେ ଭର୍ତ୍ତି ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

0 55

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣରୁ ସୁସ୍ଥ ହୋଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣିଥରେ “ଏମ୍ସ’ରେ ଭର୍ତ୍ତି ହୋଇଛନ୍ତି । ସୋମବାର ରାତି ପ୍ରାୟ ୨ଟା ବେଳେ ଅମିତ ଶାହାଙ୍କୁ ଦିଲ୍ଲୀ “ଏମ୍ସ’ ନିଆଯାଇ ଏକ ଘରୋଇ ୱାର୍ଡରେ ଭର୍ତ୍ତି କରାଯାଇଥିଲା । “ଏମ୍ସ’ର ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ନେତୃତ୍ୱବରେ ଦଳେ ଡାକ୍ତର ଶ୍ରୀ ଶାହାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି । ଡାକ୍ତର ଆରତି ବିଜ୍ କହିଛନ୍ତି ଯେ, ଅମିତ ଶାହାଙ୍କୁ ଗତ ୩/୪ ଦିନ ହେବ କ୍ଳାନ୍ତ ଲାଗିବା ସହ ଦେହହାତ ଘୋଳାବିନ୍ଧା କରୁଛି । ତାଙ୍କ ନମୁନାରେ କୋଭିଡ୍-୧୯ ନେଗେଟିଭ୍ ବାହାରିଛି । ଏଠାରେ ସୂ·ଇ ଦିଆଯାଇପାରେ ଯେ, ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲ୍ରେ ପ୍ରାୟ ଦୁଇ ସପ୍ତାହ ଚିକିତ୍ସିତ ହେବା ପରେ ଗତ ଶୁକ୍ରବାର ଦିନ ତାଙ୍କ ସ୍ୱାବ୍ କରୋନାଭାଇରସ୍ ନେଗେଟିଭ୍ ଆସିଥିଲା । ସେଠାରୁ ଆସି ସେ “ଗୃହ ଏକାନ୍ତବାସ’ରେ ଥିଲେ ।

Leave A Reply

Your email address will not be published.