ପାୱାର ପ୍ଲାଣ୍ଟରେ ନିଆଁ ଲାଗି ୬ ମୃତ

0 62

ହାଇଦ୍ରାବାଦ : ତେଲେଙ୍ଗାନାର ଶ୍ରୀସାଇଲମ ହାଇଡେଲ ପାୱାର ପ୍ଲାଣ୍ଟରେ ନିଆଁ ଲାଗିବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜଣେ ଅଧିକାରୀ କହିଛନ୍ତି ଯେ ଗୁରୁବାର ରାତିରେ ତେଲେଙ୍ଗାନା ସରକାରଙ୍କ ଭୂତଳ ବିଦ୍ୟୁତ୍ କେନ୍ଦ୍ରରେ ବିସ୍ଫୋରଣ ଘଟିଛି । ଏହାପରେ ନିଆଁ ଲାଗିଯାଇଥିଲା । ବିସ୍ଫୋରଣ ହେତୁ ପ୍ଲାଣ୍ଟରେ ୯ ଜଣ କର୍ମ·ରୀ ଫସି ରହିଥିବା ଅନୁମାନ କରାଯାଉଛି । ଏହା ପରେ ଉଦ୍ଧାର କାର୍ଯ୍ୟ ·ଲିଛି । ବର୍ତ୍ତମାନ ସୁଦ୍ଧା ୬ଟି ଶବ ଉଦ୍ଧାର କରାଯାଇଛି । ତେଲେଙ୍ଗାନା ଶକ୍ତି ମନ୍ତ୍ରୀ ଜଗଦୀଶ ରେ‡ୀ ଶୁକ୍ରବାର ସକାଳେ କହିଛନ୍ତି ଯେ ଗୁରୁବାର ରାତିରେ ବିସ୍ଫୋରଣ ଘଟିଥିବା ବେଳେ ଶ୍ରୀସେଲାମରେ କାରଖାନାରେ ୩୦ ଜଣ କର୍ମ·ରୀ ଥିଲେ । ୧୫ ଜଣ ଟନେଲ ଦେଇ ବାହାରକୁ ଆସିଥିଲେ । ପରେ ଅନ୍ୟ ୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ୯ ଜଣ ଶ୍ରମିକ ଫସି ରହିଛନ୍ତି । ଏହି ଲୋକଙ୍କ ସନ୍ଧାନରେ ଉଦ୍ଧାର କାର୍ଯ୍ୟ ·ଲିଛି । ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ)ର ଉଦ୍ଧାରକାରୀ ରାଜଧାନୀ ହାଇଦ୍ରାବାଦଠାରୁ ପ୍ରାୟ ୨୨୦ କିଲୋମିଟର ଦୂରରେ ଥିବା ଏକ ନଦୀ ବନ୍ଧରେ ଅବସ୍ଥିତ ଶ୍ରୀସାଇଲମ ହାଇଡେଲ ପାୱାର ପ୍ଲାଣ୍ଟରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି ।

Leave A Reply

Your email address will not be published.