ଆବଶ୍ୟକ ପଡ଼ିଲେ ସମଗ୍ର ଆମେରିକୀୟ ଅର୍ଥନୀତିକୁ ସ୍ଥଗିତ ରଖିବାକୁ ବାଧ୍ୟ ହେବି : ଜୋ ବିଡେନ୍

0 86

ୱାଶିଂଟନ୍ ଡିସି: ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ ରାଷ୍ଟ୍ରପତି ହେବା ପରେ ଯଦି କରୋନା ମହାମାରୀ ନିୟନ୍ତ୍ରଣକୁ ନ ଆସେ ତେବେ ସେ ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କ ପରାମର୍ଶକୁ ଅନୁସରଣ କରିବେ ଏବଂ ଆବଶ୍ୟକ ହେଲେ ସମଗ୍ର ଆମେରିକୀୟ ଅର୍ଥନୀତିକୁ ସ୍ଥଗିତ ରଖିବେ । କାରଣ ଲୋକଙ୍କ ଜୀବନ ରକ୍ଷା କରିବା ତାଙ୍କର ପ୍ରଥମ ପ୍ରାଥମିକତା ହେବ । ଏକ ସାକ୍ଷାତକାରରେ ଜୋ ବିଡେନ କହିଛନ୍ତି, ‘ମୁଁ ପ୍ରତ୍ୟେକ ପଦକ୍ଷେପ ନେବାକୁ ପ୍ରସ୍ତୁତ ରହିଛି ଯାହା ଲୋକଙ୍କ ଜୀବନ ରକ୍ଷା କରିପାରିବ । କରୋନା ଜୀବାଣୁକୁ ନିୟନ୍ତ୍ରଣ କରିବା ପାଇଁ ଦେଶକୁ ଅଟକି ଯିବାକୁ ପଡିଲା, ତା’ହେଲେ ଆମେ ମଧ୍ୟ ଏହି ପଦକ୍ଷେପ ଗ୍ରହଣ କରିବୁ । ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ ପ୍ରଥମ ଥର ପାଇଁ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କ ସହ ମିଳିତ ସାକ୍ଷାତକାରରେ ଏହା କହିଛନ୍ତି । ଗତ ସପ୍ତାହରେ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ଉଭୟ ନେତା ଆନୁଷ୍ଠାନିକ ଭାବେ ନାମାଙ୍କନ ଗ୍ରହଣ କରିଛନ୍ତି । ଏଥି ସହିତ ରିପବ୍ଲିକାନ୍ ପାର୍ଟି ଏକ ଭବ୍ୟ କାର୍ଯ୍ୟକ୍ରମରେ ଡୋନାଲ୍ଡ ଟ୍ରମ୍ପ ଏବଂ ମାଇକ୍ ପେନ୍ସଙ୍କ ନାମ ଉପରେ ମୋହର ମାରିବ ବୋଲି ଜଣାପଡ଼ିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମାଲୋଚନା କରି ଜୋ ବିଡେନ କହିଛନ୍ତି ଯେ ଯଦି ନିର୍ବାଚନରେ କୌଣସି ତ୍ରୁଟି ନହୁଏ ତେବେ ମୁଁ ପୁନର୍ବାର ରାଷ୍ଟ୍ରପତି ହେବି । ନିର୍ବାଚନରେ ହାରିବା ପରେ ମଧ୍ୟ ଟ୍ରମ୍ପ ହ୍ୱାଇଟ ହାଉସକୁ ସହଜରେ ଖାଲି କରିବେ ନାହିଁ ବୋଲି ସେ ଆଶଙ୍କା କରିଛନ୍ତି । ଡେମୋକ୍ରାଟିକ୍ ପାର୍ଟିର ଉପରାଷ୍ଟ୍ରପତି ପଦ ପାଇଁ ପ୍ରଥମ କୃଷ୍ଣକାୟ ମହିଳା ପ୍ରାର୍ଥୀ ହୋଇଥିବା କମଲା ହାରିସ୍ କହିଛନ୍ତି ଯେ ସେ ଏବଂ ଜୋ ବିଡେନ୍ ଉଭୟ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ·ହୁଁଛନ୍ତି ଏବଂ କୌଣସି ପ୍ରକାରର ଭେଦଭାବ ଦୂର କରିବାକୁ ସେମାନେ ଯଥାସମ୍ଭବ ଉଦ୍ୟମ କରୁଛନ୍ତି ।

Leave A Reply

Your email address will not be published.