ନିଟ୍ ଓ ଜେଇଇ ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟ ଯିବେ ୭ ରାଜ୍ୟ

0 80

ନୂଆଦିଲ୍ଲୀ : କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ବୁଧବାର କଂଗ୍ରେସ ସମର୍ଥିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଏକ ବୈଠକ ଡାକିଛନ୍ତି । ମୁଖ୍ୟତଃ ଜିଏସ୍ଟି ଏବଂ ନିଟ୍-ଜେଇଇ ପରୀକ୍ଷାକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇଛି । ସୋନିଆ ଗାନ୍ଧୀ ପ୍ରଥମେ ବୈଠକରେ ଜିଏସ୍ଟି ପ୍ରସଙ୍ଗ ଉଠାଇଥିଲେ । ସେମାନଙ୍କ ପରେ ମମତା ବାନାର୍ଜୀ କହିଛନ୍ତି ଯେ ଏହି ସମୟରେ ନିଟ୍ ଓ ଜେଇଇ ପରୀକ୍ଷା କରିବା ନିରାପଦ ନୁହେଁ । କେନ୍ଦ୍ର ସରକାର ଏ ପ୍ରସଙ୍ଗକୁ ଗୁରୁତ୍ୱ ଦେଉନଥିବାରୁ ୭ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିବାକୁ ସହମତ ଦେଇଛନ୍ତି । ଅନ୍ୟପକ୍ଷରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ପ୍ରଥମେ ଆମ ସମସ୍ତଙ୍କୁ ସ୍ଥିର କରିବାକୁ ପଡ଼ିବ କି ଆମକୁ ଲଢ଼େଇ କରିବାର ଅଛି ନା ଭୟଭୀତ ହୋଇ ଚୁପ୍ ରହିବାର । କେନ୍ଦ୍ର ସରକାର ବିଭାଜନ କରିଥିବା ଅଭିଯୋଗ କରି ଆମ ସମସ୍ତଙ୍କୁ ଏକାଠି ରହିବାକୁ ଆହ୍ୱାନ ଦେଇଛନ୍ତି ମମତା ବାନାର୍ଜୀ । ନଚେତ୍ ଦେଶରେ ଅନ୍ୟ କୌଣସି ଦଳ ରହିବ ନାହିଁ । ବୁଧବାର ଅନୁଷ୍ଠିତ ଏହି ବୈଠକରେ ସୋନିଆ ଗାନ୍ଧୀ ପ୍ରଥମେ ଜିଏସ୍ଟି ପ୍ରସଙ୍ଗ ଉଠାଇଥିଲେ । ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କୁ ଜିଏସ୍ଟି ଠିକ୍ ସମୟରେ ପ୍ରଦାନ କରାଯାଉ । ସୋନିଆ ଗାନ୍ଧୀ କହିଛନ୍ତି ଯେ ଜିଏସ୍ଟି ଟଙ୍କା ଏକ ବଡ ପ୍ରସଙ୍ଗ ଏବଂ ଦେୟ ନଦେବା କାରଣରୁ ରାଜ୍ୟ ସରକାରଙ୍କ ଆର୍ଥିକ ସ୍ଥିତି ପ୍ରଭାବିତ ହେଉଛି । ଏହି ବୈଠକରେ ରାଜସ୍ଥାନ ସିଏମ ଅଶୋକ ଗେହଲୋଟ, ଛତିଶଗଡ ସିଏମ ଭୁପେଶ ସିଂ ବାଗେଲ, ପଞ୍ଜାବର ସିଏମ କ୍ୟାପ୍ଟେନ୍ ଅମରିନ୍ଦର ସିଂ, ପୁଡୁଚେରୀ ସିଏମ ନାରାୟଣସାମୀ, ମହାରାଷ୍ଟ୍ର ସିଏମ ଉଦ୍ଧବ ଠାକରେ, ଝାଡଖଣ୍ଡର ସିଏମ ହେମନ୍ତ ସୋରେନ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇଛନ୍ତି ।

Leave A Reply

Your email address will not be published.