ତାଜିଆ ଶୋଭାଯାତ୍ରାକୁ ମିଳିଲାନି ଅନୁମତି

0 74

ନୂଆଦିଲ୍ଲୀ : ମହରମ୍ ଅବସରରେ ତାଜିଆ ଶୋଭାଯାତ୍ରା ନିମନ୍ତେ ଅନୁମତି ଲାଗି ଆଗତ ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଅଗ୍ରାହ୍ୟ କରିଦେଇଛନ୍ତି । ଯଦି ଶୋଭାଯାତ୍ରା ଲାଗି ଅନୁମତି ଦିଆଯାଏ ତେବେ ଦେଶରେ ଅରାଜକତା ବ୍ୟାପିବ ବୋଲି କହିଛନ୍ତି । ଏହାସହ କୋର୍ଟ ପୁରୀରେ ରଥାଯାତ୍ରା ଆୟୋଜନ ଲାଗି କାହିଁକି ଅନୁମତି ଦେଇଥିଲେ ତାର କାରଣ ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି । ଶିୟା ନେତା ମୌଲାନା କଲୱେ ଜୱାବ୍ ମହର୍ରମ ଅବସରରେ ଶୋଭାଯାତ୍ରା ଆୟୋଜନ ନିମନ୍ତେ ଅନୁମତି ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଉପୁଜିଥିବା କୋଭିଡ-୧୯ ପରିସ୍ଥିତିରେ ଏଥିଲାଗି ଅନୁମତି ଦେବା ଅର୍ଥାତ ଅରାଜକତାକୁ ଆହ୍ୱ୍ୱାନ କରିବା ସହ ସମାନ ବୋଲି କୋର୍ଟ ସଫା ସଫା କହିଦେଇଛନ୍ତି । ଏହା ଦ୍ୱାରା ଦେଶରେ କରୋନା ମହାମାରୀ ପ୍ରସାର ଲାଗି ଲୋକେ ଗୋଟିଏ ସମ୍ପ୍ରଦାୟକୁ ଦାୟୀ କରିବେ, ଯାହା କୋର୍ଟ ·ହାନ୍ତି ନାହିଁ ବୋଲି କହିଛନ୍ତି । ଏଣୁ କୋର୍ଟ ଏପରି କୌଣସି ଆଦେଶ ଦେଇ ପାରିବେନି ଯାହା ଲୋକଙ୍କ ସ୍ୱାସ୍ଥ୍ୟ ଲାଗି ବିପଦର କାରଣ ହେବ ବୋଲି ସ୍ପଷ୍ଟ କରିଦେଇଛନ୍ତି । ଆବେଦନର ଶୁଣାଣି କରୁଥିବା ମୁଖ୍ୟବି·ରପତି ଏସ୍.ଏ.ବୋବଡେଙ୍କ ଖଣ୍ଡପୀଠ କହିଛନ୍ତି ଯେ ମହର୍ରମ ଶୋଭାଯାତ୍ରା ଲାଗି କୌଣସି ସ୍ଥାନ ର୍ନିଦ୍ଧିଷ୍ଟ ନୁହେଁ । ଯେଉଁଠାରେ କୌଣସି କଟକଣା ଅଥବା ସତର୍କତା ଅବଲମ୍ବନ କରାଯାଇପାରିବୟ ଏଣୁ କୋର୍ଟ କୋଭିଡ ବେଳେ ଏଭଳି ଧାର୍ମିକ କାର୍ଯ୍ୟକ୍ରମକୁ କେବେବି ଅନୁମତି ଦେଇ ପାରିବେନାହିଁ ବୋଲି କହିଛନ୍ତି ।

Leave A Reply

Your email address will not be published.