ବାପଘରକୁ ଛାଡ଼ିଲାନି ସ୍ୱାମୀ, ଦୁଇଝିଅଙ୍କୁ ହତ୍ୟା କଲା ମା’

0 72

ଜାଲାଉନ୍ : ୟୁପିର ଜାଲାଉନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ମା’ ନିଜର ଦୁଇ ନିରୀହ ଝିଅଙ୍କୁ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଥିସହ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବାବେଳେ କାନ୍ଥରେ ତାଙ୍କ ମୁଣ୍ଡ ବାଜିବାରୁ ସେ ଆହତ ହୋଇଥିବା ଜଣାଯାଇଛି । ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିବା ସହ ଏଥିସହ ଅଭିଯୁକ୍ତ ମା’କୁ ଗିରଫ କରି ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏହି ଘଟଣା ଜାଲାଉନର କୋଟ୍ରା ପୋଲିସ ଷ୍ଟେସନ ଅନ୍ତର୍ଗତ ଚିରାଭାଲୀ ଗାଁରେ ଘଟିଛି । ଗାଁର ବାସିନ୍ଦା ମହେନ୍ଦ୍ର ଅହିରୱାର ତାଙ୍କ ପତ୍ନୀ ପ୍ରମିଳାଙ୍କ ନାମରେ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କର ୪ ବର୍ଷର ନିରୀହ ଝିଅ ମାହି ଏବଂ ୧୦ ମାସର ଝିଅ ରୋଶନୀଙ୍କୁ ଗଳା କାଟି ହତ୍ୟା କରିଛନ୍ତି । ପରେ ତାଙ୍କ ପତ୍ନୀ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ସେ କହିଛନ୍ତି । କୁହାଯାଉଛି ଯେ ମହିଳା ଜଣଙ୍କ ତାଙ୍କ ବାପ ଘରକୁ ଯିବାକୁ ନେଇ ସ୍ୱାମୀଙ୍କ ସହ ଝଗଡା କରିଥିଲେ । ସ୍ୱାମୀ ମନା କରିଦେଇଥିଲେ ଯେ ସେ ନିକଟରେ ଦୁଇ ମାସ ଧରି ସେଠାରେ ରହି ଆସିଛନ୍ତି । ପରେ ଝଗଡ଼ା ଉଗ୍ରରୂପ ନେଇଥିଲା । କିନ୍ତୁ ମହେନ୍ଦ୍ର ଝଗଡ଼ାକୁ ଶାନ୍ତ କରିବା ଲକ୍ଷ୍ୟ ନେଇ ମଇଁଷି ଚରାଇବା ପାଇଁ ବାହାରି ଯାଇଥିଲେ । ଏହି ସମୟରେ ମହିଳା ଜଣକ ତାଙ୍କ ନିରୀହ ଝିଅମାନଙ୍କୁ ଗଳା କାଟି ହତ୍ୟା କରିଥିଲେ ଏବଂ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି ।

Leave A Reply

Your email address will not be published.