୫୦ଜଣ ଦିବ୍ୟାଙ୍ଗଙ୍କୁ ସହାୟତା

0 68

ପିପିଲି,୩୧/୮:କରୋନା ଲକଡାଉନ ଓ ସାମ୍ପ୍ରତିକ ବନ୍ୟା ସମୟରେ ଦିବ୍ୟାଙ୍ଗମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏମାନଙ୍କୁ ସାହାଯ୍ୟ ପାଇଁ ସ୍ୱେଛାସେବୀ ସଙ୍ଗଠନ ‘ବିକାଶ’ ଓ ‘କ୍ୟାଥୋଲିକ ହେଲଥ ଅସୋସିଏସନ ଅଫ ଇଣ୍ଡିଆ’ ମିଳିତ ଭାବେ ହାତ ବଢାଇଛନ୍ତି । ଏହି ଦୁଇ ସଙ୍ଗଠନ ପିପିଲି ବ୍ଲକ କଂଟି ଠାରେ ପ୍ରାୟ ୫୦ଜଣ ପୁରୁଷ, ମହିଳା ଓ ଶିଶୁ ଦିବ୍ୟାଙ୍ଗଙ୍କୁ ଗତ ଦୁଇଦିନ ଧରି ରାସନସାମଗ୍ରୀ ପୁଡ଼ିଆ, ମାସ୍କ ଓ ସାନିଟାଇଜର ଆଦି ବଂଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ‘ବିକାଶ’ର ପ୍ରକଳ୍ପ ଅଧିକାରୀ ସୁଷମା ଆରୋରା, କଂଟି ଶାଖାର ସଂଯୋଜକ ନରେନ୍ଦ୍ର ପ୍ରଧାନ, ଅଫିସ ସହକାରୀ ଦୀପାଲିନ ସ୍ୱାଇଁ ଓ ପୂଜା ବରାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.