ଗୁଣି ଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣା

0 83

୩ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଓ ୧୨ ନିର୍ଦ୍ଦୋଷରେ ଖଲାସ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଗୁଣି ଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଅଭିଯୋଗରେ ମାନବ୍ୟବର ବି·ରପତି ତିନି ଜଣ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଅନ୍ୟ ୧୨ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ତିନି ଜଣଙ୍କୁ କେନ୍ଦୁଝରର ମାନ୍ୟବର ଏ.ଡି.ଜେ. ଆଜୀବନ କାରାଦଣ୍ଡାରେ ଦଣ୍ଡିତ କରିଛନ୍ତି ଏବଂ ପ୍ରମାଣ ଅଭାବରୁ ଅନ୍ୟ ୧୨ ଜଣ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଗତ ୨୦୧୪ ମସିହା ଅକ୍ଟୋବର ୯ ତାରିଖରେ ବାଂଶପାଳ ବ୍ଲକ ଅନ୍ତର୍ଗତ ଶାହାରପୁର ଗାଁ ରେ ରାଜେନ୍ଦ୍ର ଦେହୂରୀ ଓ ତାଙ୍କ ସ୍ତ୍ରୀ ଜେମା ଦେହୂରୀଙ୍କୁ ସେହି ଗ୍ରାମର କିଛି ଲୋକେ ଗୁଣି ଗାରେଡି କରୁଥିବା ସନ୍ଦେହରେ ରାତିରେ ତାଙ୍କ ଘରେ ପଶି ଅତି ଦମ୍ପତିଙ୍କୁ ଅତ୍ୟନ୍ତ ବିଭତ୍ସ ଭାବରେ ହତ୍ୟା କରିଥିଲେ । ଏ ସଂପର୍କରେ ନୟାକୋଟ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ତଦନ୍ତ ସମୟରେ ୧୮ ଜଣଙ୍କର ସାକ୍ଷୀଙ୍କୁ ଜେରା କରିବା ପରେ ଜଣେ ମହିଳାଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଥିଲା । ଏହି କେସ୍ର ବି·ର ତାଲିଥିବା ବେଳେ ସୋମବାର ଦିନ ଭିଡିଓ କନ୍ଫରେନ୍ସ ଦ୍ୱାରା ଶୁଣାଣି କରି ମାନ୍ୟବର ଏ.ଡି .ଜେ ୯ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ସହ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୋଷୀ ସାବ୍ୟସ୍ତ ୩ ଜଣଙ୍କୁ ୪୫୦ ଓ ୩୦୨ ଦଫାରେ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନ ଆଦେଶ ଦେଇଛନ୍ତି । ଏବଂ ଜୋରିମାନ ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡା ଦେଶ ଶୁଣାଇଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ ଗୌତମ ପେଣ୍ଠେଇ, ମିଟି ମଲ୍ଲୀକ ଓ ବସନ୍ତ ଦେହୂରୀ ।

Leave A Reply

Your email address will not be published.