ଚୀନ୍ ସହ ତିକ୍ତତା ନେଇ ରାଜନାଥଙ୍କ ସମୀକ୍ଷା ବୈଠକ

0 72

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚୀନ୍ ସହିତ ସାମ୍ପ୍ରତିକ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଏଲ୍ଏସି ସ୍ଥିତିର ସମୀକ୍ଷା କରିଛନ୍ତି । ଡୋଭାଲ ଚୀନ୍ ସହିତ କମାଣ୍ଡର ସ୍ତରୀୟ ଆଲୋଚନା ଉପରେ ମଧ୍ୟ ନଜର ରଖିଛନ୍ତି । ପରିସ୍ଥିତିର ସମୀକ୍ଷା ପାଇଁ ଗତକାଲି ଅଜିତ ଡୋଭାଲ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ଏହି ସଭାରେ ଗୃହ ସଚିବ ତଥା ଗୋଇନ୍ଦା ବିଭାଗର ମୁଖ୍ୟ ମଧ୍ୟ ଉପସ୍ଥିତ ଥିଲେ । ଇଣ୍ଟେଲିଜେନ୍ସ ଏଜେନ୍ସିମାନେ ଡୋଭାଲଙ୍କୁ ଚୀନ୍ ସହ ତିକ୍ତତା ସମ୍ପର୍କରେ ସୂଚନା ଦେଇଛନ୍ତି । ଡୋଭାଲ ଚୀନ୍ ସହିତ କମାଣ୍ଡର ସ୍ତରୀୟ କଥାବାର୍ତ୍ତା ଉପରେ ନଜର ରଖିଛନ୍ତି । ପୋଙ୍ଗ୍ୟାଙ୍ଗରେ ଚୀନ୍ ଅପେକ୍ଷା ଭାରତୀୟ ସେନା ଏକ ଭଲ ସ୍ଥିତିରେ ଅଛି । ଅପରପକ୍ଷରେ ଭାରତ ଏଲ୍ଏସି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି ଚୀନ୍ । ୨୮-୨୯ ଅଗଷ୍ଟ ରାତିରେ ପୋଙ୍ଗ୍ୟାଙ୍ଗରେ ଭାରତୀୟ ସୈନିକମାନେ ଚୀନ୍ ସହିତ ସଂଘର୍ଷ କରିଥିଲେ । ପୋଙ୍ଗ୍ୟାଙ୍ଗରେ ଇଣ୍ଡୋ-·ଇନା ସଂଘର୍ଷକୁ ନେଇ ଚୀନ୍ ଦୂତାବାସର ବିବୃତ୍ତି ପ୍ରକାଶ ପାଇଛି । ବିଶ୍ୱାସଘାତକରେ ଚୀନ୍ ବେଶ୍ ଖ୍ୟାତି ରହିଛି । ଏଲ୍ଏସି ବିବାଦକୁ ନେଇ ଗଲୱାନ୍ ଘଟଣା ପରଠାରୁ ଚୀନ୍ ଯେଉଁ ଆଲୋଚନା କରିଆସୁଛି ତାହା କେବଳ ଚୀନ୍ର ଏକ ସୁଚିନ୍ତିତ କୌାଳ ବୋଲି ମନେହୁଏ । ଆଲୋଚନା ନାମରେ ସମୟ ନେଇ ଚୀନ୍ ୧୯୬୨ ଭଳି ଭାରତକୁ ପଛରେ ପକାଇବାକୁ ଚାହୁଁଛି, କିନ୍ତୁ ଏଥର ଭାରତୀୟ ସେନା ଚୀନ୍ର ସମସ୍ତ ଷଡଯନ୍ତ୍ରକୁ ପଣ୍ଡ କରିଦେଇଛି ।

Leave A Reply

Your email address will not be published.