ରେକର୍ଡ ଭାଙ୍ଗୁଛି କରୋନା, ୨୪ ଘଣ୍ଟାରେ ୭୮ହଜାର ୩୫୭ ନୂଆ କରୋନା ମାମଲା

0 51

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତ୍ୟେକ ଦିନ ନୂଆ ନୂଆ ରେକର୍ଡ ଭାଙ୍ଗୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୮ ହଜାର ୩୫୭ ଟି ନୂଆ ମାମଲା ଆସିଛି ଏବଂ ୧୦୪୫ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଦେଶରେ ମୋଟ ରୋଗୀଙ୍କ ସଂଖ୍ୟା ୩୭ ଲକ୍ଷ ୬୯ ହଜାରରୁ ଅଧିକ ହୋଇଛି ଯେଉଁଥିରେ ୬୬ ହଜାର ୩୩୩ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନାରୁ ୨୯ ଲକ୍ଷରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଥିବାବେଳେ ସକ୍ରିୟ ମାମଲା ସଂଖ୍ୟା ୮ ଲକ୍ଷରୁ ଅଧିକ । ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଏବଂ ତାମିଲନାଡୁରୁ ଅଧିକାଂଶ କରୋନା ମାମଲା ଆସୁଛି । ଏହି ୫ଟି ରାଜ୍ୟରୁ ପ୍ରାୟ ୫୦ ପ୍ରତିଶତ ନୂତନ ରୋଗୀ ଆସୁଛନ୍ତି । ମହାରାଷ୍ଟ୍ରରେ କରୋନା ଦ୍ୱାରା ସର୍ବାଧିକ ସଂକ୍ରମିତ ହୋଇଛନ୍ତି । ଗତକାଲି ରାଜ୍ୟରେ ୧୫ ହଜାର ୭୬୫ ଟି ନୂଆ ମାମଲା ଆସିଥିଲା ଏବଂ ୩୨୦ ଜଣଙ୍କର ମୃତ୍ୟୁ ହୋଇଥିଲା । ମୋଟ ରୋଗୀଙ୍କ ସଂଖ୍ୟା ୮.୮ ଲକ୍ଷ ଅତିକ୍ରମ କରିଛି, ସେଥିମଧ୍ୟରୁ ୫.୮୪ ଜଣ ଆରୋଗ୍ୟ ଲାଭ କରିଥିବାବେଳେ ୨୪ ହଜାର ୯୦୩ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ୧.୯୮ ଲକ୍ଷ ସକ୍ରିୟ ମାମଲା ଅଛି । ଆନ୍ଧ୍ରପ୍ରଦେଶରେ ମଙ୍ଗଳବାର ସକାଳ ସୁଦ୍ଧା ୧୦ ହଜାର ୩୬୮ ଟି ନୂଆ ମାମଲା ରୁଜୁ ହୋଇଛି । ରାଜ୍ୟରେ ମୋଟ ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ୪୫ ହଜାର ଅତିକ୍ରମ କରିଛି । ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୩୯ ହଜାରରୁ ଅଧିକ ରୋଗୀ ଆରୋଗ୍ୟ ହୋଇଥିବାବେଳେ ୪ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.