ପିଏମ୍ କେୟାର ଫଣ୍ଡକୁ ମିଳୁଥିବା ଅର୍ଥକୁ ନେଇ ପ୍ରଶ୍ନ ଉଠାଇଲେ ଚିଦାମ୍ବରମ୍

0 85

ନୂଆଦିଲ୍ଲୀ : ମାତ୍ର ୫ ଦିନରେ ପିଏମ କେୟାର ଫଣ୍ଡକୁ ମିଳିଛି ୩୦୭୬ କୋଟି ଟଙ୍କା । ଗତ ୨୬ରୁ ୩୧ ମାର୍ଚ୍ଚ ୨୦୨୦ ମଧ୍ୟରେ ଏତେ ବିପୁଳ ଟଙ୍କା ମିଳିଥିବା ଅଡିଟରଙ୍କ ସୂଚନାକୁ ଆଧାର କରି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ କହିଛନ୍ତି । ତେବେ ବିପୁଳ ଅର୍ଥ ଦାନ କରିଥିବା ଦାତାଙ୍କ ନାମ କିନ୍ତୁ କାହାକୁ ଜଣାନଥିବା ଚିଦାମ୍ବରମ ବୁଧବାର ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ପୋଷ୍ଟ କରିବା ନୂଆ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ପ୍ରତ୍ୟେକ ଦାନର ସୂଚନା ଦେବା ଲାଗି ଏନଜିଓ ଏବଂ ଟ୍ରଷ୍ଟ ମାନେ ବାଧ୍ୟ । ହେଲେ ପିଏମ କେୟାର ଫଣ୍ଡ ଏଥିରୁ ବାହାରେ । ଏଥିରେ ଦାନ ପ୍ରାପ୍ତକାରୀ ସଂସ୍ଥା ଜାଣନ୍ତି କିଏ ଦାନ କରୁଛନ୍ତି ଓ କରିଛନ୍ତି ହେଲେ ସୂଚନା ସମ୍ପୂର୍ଣ୍ଣ ଗୋପନ ରଖାଯାଉଛି । ସେହିପରି ଏନଜିଓ ହୁଅନ୍ତୁ ଅଥବା ଟ୍ରଷ୍ଟ ଏପରି ସଂସ୍ଥାକୁ ଦାନର ପରିମାଣ ମଧ୍ୟ ସୀମିତ । ହେଲେ ପି୍ୱ୍ କେୟାର ଫଣ୍ଡ ଏଥିରୁ ବାଦ ବୋଲି ଚିଦାମ୍ବରମ କହିଛନ୍ତି । ସେହିପରି ଯେଉଁ ଲୋକେ ଏପରି ଅନୁଦାନ ବା ଦାନ କରନ୍ତି ସେମାନଙ୍କ ଲାଗି ସରକାରଙ୍କ ପକ୍ଷରୁ ମଧ୍ୟ କିଛି ରିହାତି ଥାଏ ଯେପରି ଆୟକର ରିହାତି ଆଦି ସୁବିଧା ଅଛି । ହେଲେ ପିଏମ କେୟାର ଫଣ୍ଡରେ ଦାନ ଦେଇଥିବା ଲୋକେ ଏପରି ସୁବିଧାର ଦାବିଦାର ନୁହଁନ୍ତି । କାରଣ ସେମାନଙ୍କ ନାମ ଗୋପନ ରଖାଯାଉଛି । ତେବେ ପିଏମ କେୟାର ଫଣ୍ଡ ମନ୍ଦିରର ହୁଣ୍ଡିକି ବୋଲି ପ୍ରଶ୍ନ ଉଠାଇଛନ୍ତି ଚିଦାମ୍ବରମ ।

Leave A Reply

Your email address will not be published.