ମହୁଲଫୁଲ ସହ ପିକ୍ଅପ୍ ଭ୍ୟାନ୍ ଜବତ,୨ ଗିରଫ

0 72

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଜିରାଙ୍ଗ ନିକଟସ୍ଥ ଆବାସିଂ ଛକ ଠାରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ମହୁଲ ଫୁଲ ବୋଝେଇ ଟ୍ରକ୍କୁ ପୋଲିସ ଜବତ କରିଛି । ଘଟଣାରୁ ପ୍ରକାଶ ଯେ,ଆବାସିଂ ଛକ ନିକଟରେ ଜିରାଙ୍ଗ ଆଉଟ୍ପୋଷ୍ଟ ପୋଲିସ ପେଟ୍ରୋଲିଂ କରିବା ସମୟରେ ଏକ ପିକ୍ଅପ୍ ଭ୍ୟାନ୍ ନଂ ଓଡି ୦୭ଏମ୍ ୩୭୨୮କୁ ସନ୍ଦେହରେ ପୋଲିସ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଉକ୍ତ ଗାଡିରୁ ୨୭ବସ୍ତା ମହୁଲଫୁଲ ପୋଲିସ ଜବତ କରିଥିଲା । ଏହାକୁ ଚାଲାଣ କରୁଥିବା ୨ଜଣକୁ ଗିରଫ କରାଯାଇଛି । ଗିରଫ ହୋଇଥିବା ୨ଜଣ ହେଲେ ଅମୁଲ୍ୟ ପରିଚ୍ଛା(୫୦),ନିଳାଞ୍ଚଳ ଗୌଡ(୩୫) ଅଭିଯୁକ୍ତ ୨ଜଣ ଜିରାଙ୍ଗ ଗ୍ରାମର ବୋଲି ଜଣାପଡିଛି । ଉଭୟ ମହୁଲ ଫୁଲ ବସ୍ତା ଗୁଡିକ ରାୟଗଡର ଜଣେ ବ୍ୟବସାୟୀଙ୍କ ଠାରୁ କିଣି ଜିରାଙ୍ଗ ନେଉଥିଲେ ବୋଲି ସୁଚନା ମିଳିଛି । ତେବେ ରାୟଗଡର କେଉଁ ବ୍ୟବସାୟୀ ଏଗୁଡିକ ବିକ୍ରି କରିଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ଚର୍ଚ୍ଚା ଚାଲିଛି । ଘଟଣାକୁ ନେଇ ରାୟଗଡ ଥାନାରେ ୫୫/୨୦ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରାୟଗଡ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ଜଣାଇଛନ୍ତି ।

Leave A Reply

Your email address will not be published.