ବିମାନ ସଂଶୋଧିତ ବିଲ୍ ପାରିତ

0 75

ଜରିମାନା ପରିମାଣ ୧୦ଲକ୍ଷରୁ ୧ କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ, ୧୫ ।୯: ବିମାନ ସଂଶୋଧନ ବିଲ୍, ୨୦୨୦ ରାଜ୍ୟସଭାରେ ପାରିତ ହୋଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ଭାରତରେ ତିନୋଟି ନିୟାମକ ସଂସ୍ଥା – ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ, ବେସାମରିକ ବିମାନ ଚଳାଚଳ ସୁରକ୍ଷା କାର୍ଯ୍ୟାଳୟ ଏବଂ ବିମାନ ଦୁର୍ଘଟଣା ଅନୁସନ୍ଧାନ କାର୍ଯ୍ୟାଳୟ ଅଧିକ ପ୍ରଭାବଶାଳୀ ହେବ । କେନ୍ଦ୍ରମନ୍ତ୍ରୀ ହାର୍ଦ୍ଦିକ ପୁରୀ କହିଛନ୍ତି ଯେ ବିମାନ ସଂଶୋଧନ ବିଲ୍ ଦେଶରେ ବିମାନ କାର୍ଯ୍ୟର ନିରାପତ୍ତା ସ୍ତରକୁ ବୃଦ୍ଧି କରିବାରେ ସହାୟକ ହେବ । ବିମାନ ବିଲ୍, ୧୯୩୪ରେ ସଂଶୋଧନ କରି ସର୍ବାଧିକ ଜରିମାନା ବୃଦ୍ଧି କରିବାକୁ ଚେଷ୍ଟା କରାଯାଇଛି ।ବର୍ତ୍ତମାନ ସର୍ବାଧିକ ଦଣ୍ଡ ସୀମା ରହିଥିଲା ୧୦ ଲକ୍ଷ ଟଙ୍କା । କିନ୍ତୁ ସଂଶୋଧିତ ବିଲ୍ରେ ଦଣ୍ଡସୀମା ୧୦ଲକ୍ଷରୁ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଅସ୍ତ୍ରଶସ୍ତ୍ର, ଗୁଳି ବା ବିପଜ୍ଜନକ ଜିନିଷ ପରିବହନ କିମ୍ବା କୌଣସି ପ୍ରକାରେ ବିମାନର ସୁରକ୍ଷା ପ୍ରତି ବିପଦ ଥିବା ଜଣାପଡ଼ିଲେ ଏହି ଜରିମାନା ଦେବାକୁ ପଡ଼ିବ । ବିମାନ ସଂଶୋଧନ ବିଲକୁ ବିରୋଧ କରି କଂଗ୍ରେସ ସାଂସଦ କେ.ସି ଭେନୁଗୋପାଲ ଅଭିଯୋଗ କରିଛନ୍ତି ଯେ ଏହା ପିପିପି ମଡେଲରେ ବିମାନ ବନ୍ଦରର ବିକାଶ ନାମରେ ଏକ ମସ୍ତବଡ଼ ଘୋଟାଲା । ବିଜେପି ସାଂସଦ ଜିଭିଏଲ୍ ନରସିଂହ ରାଓ କିନ୍ତୁ କହିଛନ୍ତି ଯେ ଏହି ବିଲ୍ ଆମର ବିମାନ ଚଳାଚଳ କ୍ଷେତ୍ରରେ ସକରାତ୍ମକ ପରିବର୍ତ୍ତନ ଆଣିବ ।

Leave A Reply

Your email address will not be published.