ଚମ୍ବଲ ନଦୀରେ ଓଲଟିଲା ଡଙ୍ଗା, ୬ଜଣ ମୃତ

0 69

ଜୟପୁର : ରାଜସ୍ଥାନରେ ନଦୀ ପାର କରୁଥିବାବେଳେ ଗୋଟିଏ ଡଙ୍ଗାରେ ଥିବା ୩୦ରୁ ଅଧିକ ଲୋକ ପାଣିରେ ବୁଡ଼ି ଯାଇଥିଲେ ଏମାନଙ୍କ ମଧ୍ୟରୁ ୨୪ଜଣଙ୍କୁ ନଦୀରୁ ସୁରକ୍ଷିତ ବାହାର କରାଯାଇଥିବାବେଳେ ୬ଜଣଙ୍କ ମୃତ୍ୟୁ ହୋଇଯାଇଛି । କୁହାଯାଉଛି ଯେ ସମସ୍ତେ କମଳେଶ୍ୱର ଧାମ ଯିବା ପାଇଁ ଡଙ୍ଗାରେ ବସି ଚମ୍ବଲ ନଦୀ ପାର କରୁଥିଲେ । ଜିଲ୍ଲାପାଳ ଏସପି ଘଟଣାସ୍ଥଳରେ ପହଞ୍ଚି ଯାଇଛନ୍ତି । ରେସକ୍ୟୁ ଅପରେସନ ଜାରି ରହିଛି ଏବଂ ଉଦ୍ଧାରକାରୀଙ୍କ ସାହାଯ୍ୟରେ ଶବ ବାହାର କରାଯାଉଛି । ଲୋକସଭା ଅଧ୍ୟକ୍ଷ ଓମ୍ ର୍ବିଲା ଏଥିରେ ଶୋକ ପ୍ରକାଶ କରିଛନ୍ତି । ଲୋକସଭା ସଚିବାଳୟ କୋଟା ଜିଲ୍ଲା କାର୍ଯ୍ୟାଳୟରୁ ଘଟଣାର ସୂଚନା ନେଉଛନ୍ତି । ଇଟାୱା ସହର ସହ ଲାଗିଥିବା ଖାତୋଲି ଅଞ୍ଚଳ ପାଖରେ ଏକ ଡଙ୍ଗା ଚମ୍ବଲ ନଦୀରେ ବୁଡ଼ି ଯାଇଥିଲା । ଲୋକେ ଡଙ୍ଗାରେ ନଦୀ ପାର କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ନଦୀ ପାର କରୁଥିବାବେଳେ ଡଙ୍ଗାରେ ପାଖାପାଖି ୩୦ଜଣ ବ୍ୟକ୍ତି ଥିଲେ ଏବଂ ବାଇକ୍ ମଧ୍ୟ ନିଜ ସହ ନେଇଯାଉଥିଲେ । କୁହାଯାଉଛି ଯେ ଡଙ୍ଗାରେ ପାଖାପାଖି ୧୪ଟି ବାଇକ୍ ଥିଲା ।ଘଟଣାର ସୂଚନା ମିଳିବା ମାତ୍ରେ ଆଖପାଖରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ଗାଁଲୋକଙ୍କୁ ବଞ୍ଚାଇବା ପାଇଁ ନଦୀରେ ପହଞ୍ଚିଥିଲେ ।

Leave A Reply

Your email address will not be published.