ଏନକାଉଣ୍ଟରରେ ୩ ଆତଙ୍କୀ ନିହତ

0 75

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ସେନା ଓ ଆତଙ୍କୀ ମଧ୍ୟରେ ହୋଇଥିବା ଏନ୍କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ସିଆରପିଏଫ୍ ଅଫିସର ଆହତ ହାଇଥିବା ନେଇ ସୂଚନା ମିଳିଛି । ଗୁରୁବାର ଭୋର ୩ଟା ୫୦ମିନିଟରେ ଶ୍ରୀନଗରର ବଟମାଲୁ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏବେ ସୁଦ୍ଧା ୩ଜଣ ଆତଙ୍କବାଦୀ ନିହତ ହୋଇସାରିଥିବା ବେଳେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରି ସିଆରପିଏଫ୍ ଯବାନ ଏବଂ ଜମ୍ମୁ-କଶ୍ମୀର ପୁଲିସ ସର୍ଚ୍ଚ ଅପରେସନ ଜାରି ରଖିଛି । ବଟମାଲୁ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଆରମ୍ଭ ଅପରେସନ ହୋଇଥିଲା । ଆଖପାଖ ଅଞ୍ଚଳକୁ ପୁରା କର୍ଡନ କରି ରଖାଯିବା ସହ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ୩ଜଣଙ୍କୁ ସେନା ନିହତ କରିବା ପରେ ଏବେ ପ୍ରତ୍ୟକ ଛକ ମାନଙ୍କରେ ସଶସ୍ତ୍ର ବଳ ମୁତୟନ ଅଛନ୍ତି । ସିଆରପିଏଫର କୁଇକ୍ ଆକ୍ସନ ଟାକ୍ସଫୋର୍ସର ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ·ଲିଛି ଗୁଳି ବିନିମୟ । ଶେଷ ଖବର ସୁଦ୍ଧା ଆଉ କିଛି ଆତଙ୍କବାଦୀ ସେହି ଅଞ୍ଚଳରେ ଛପିଥିବା ସନ୍ଦେହ କରାଯାଉଛି । ଗତକାଲି ପୁଲୱମାର କାକାପୋରା ଅଞ୍ଚଳରେ ଆତଙ୍କବାଦୀ ଛପିଥିବା ଖବର ମିଳିଥିଲା । ଏହା ପରଠାରୁ ଆଲର୍ଟରେ ଥିଲା ସେନା । ଆରମ୍ଭ କରିଥିଲା ବଡ ଧରଣର ସର୍ଚ୍ଚ ଅପରେସନ । ବଟମାଲୁ ଅଞ୍ଚଳରେ ଆତଙ୍କବାଦୀ ପ୍ରଥମେ ସେନା ଉପରକୁ ଗୁଳି ମାଡ କରି ଖସି ଯିବାକୁ ଉଦ୍ୟମ କରିବା ପରେ ·ରିପଟୁ ଘେରି ଜବାବ ଦେଇଥିଲା ଭାରତୀୟ ସେନା ।

Leave A Reply

Your email address will not be published.