ସଫ୍ଟ ପର୍ଣ୍ଣ ପାଇଁ ଉର୍ମିଳା ଜଣାଶୁଣା : କଙ୍ଗନା

0 81

ମୁମ୍ବାଇ: ବଲିଉଡରେ “ନେପୋଟିଜିମ୍’ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ କଙ୍ଗନା ଗୋଟିଏ ପରେ ଗୋଟିଏ ବିବୃତ୍ତି ଦେବାରେ ଲାଗିଛନ୍ତି । ପ୍ରଥମେ ନେପୋଟିଜିମ୍କୁ ନେଇ କଙ୍ଗନା ସ୍ୱର ଉତ୍ତୋଳନ କରିଥିବା ବେଳେ ପରେ ଡ୍ରଗ୍ସକୁ ନେଇ କହିବା ଆରମ୍ଭ କରିଥିଲେ । ବଲିଉଡର ଅନେକ କଳାକାର ଡ୍ରଗ୍ସ ନେଉଥିବା ଏବଂ ସେମାନଙ୍କର ଡ୍ରଗ୍ସ ବେପାରୀଙ୍କ ସହ ସଂପର୍କ ଥିବା କଥା କହିଥିଲେ କଙ୍ଗନା । ଏହା ପରେ ମାମଲାରେ ଅଭିନେତ୍ରୀ ଏବଂ ରାଜ୍ୟସଭା ସାଂସଦ ଜୟା ବଚ୍ଚନ ବଲିଉଡକୁ ସମର୍ଥନ କରି କଙ୍ଗନାଙ୍କୁ ବିରୋଧ କରିଥିଲେ । ଜୟା ବଚ୍ଚନଙ୍କ ପରେ ଉର୍ମିଲା ମାତୋଣ୍ଡକର ମଧ୍ୟ କଙ୍ଗନା ରାଣାୱତଙ୍କୁ ବିରୋଧ କରିଥିବା ଜଣା ପଡ଼ିଛି । “ସମଗ୍ର ଦେଶ ଡ୍ରଗ୍ସ ଏବଂ ନିଶା ଦ୍ରବ୍ୟ ବିପଦର ସମ୍ମୁଖୀନ ହେଉଛି । କଙ୍ଗନା ଜାଣନ୍ତି କି ହିମାଚଳ ଡ୍ରଗ୍ସର ଉତ୍ପତ୍ତି କେନ୍ଦ୍ର ଅଟେ? ସେ ନିଜ ରାଜ୍ୟରୁ ଡ୍ରଗ୍ସ ନିଷେଧ କରିବା ଅଭିଯାନ ଆରମ୍ଭ କରିବା ଉଚିତ୍ ବୋଲି କହିଥିଲେ ଉର୍ମିଳା । ଉର୍ମିଳାଙ୍କ ବୟାନର ଜବାବ ଦେଇ କଙ୍ଗନା କହିଥିଲେ ଯେ, “ମୁଁ ଆଜି ଉର୍ମିଲା ମାତୋଣ୍ଡକର ଦେଇଥିବା ସାକ୍ଷାତକାର ଦେଖିଲି । ସେ ସାକ୍ଷାତକାର ମାଧ୍ୟମରେ ମୋତେ ଟାର୍ଗେଟ କରିଥିଲେ । ବିଜେପି ଟିକେଟ ପାଇବା ପାଇଁ ମୁଁ ଏହା କରୁଛି ବୋଲି ସେ କହିଥିଲେ । ଟିକେଟ୍ ପାଇବା ମୋ ପାଇଁ କଷ୍ଟସାଧ୍ୟ ନୁହେଁ । ଟିକେଟ ପାଇବା ପାଇଁ ନିଜ ଜୀବନ ସହିତ ଖେଳିବା ଏବଂ ନିଜ ସମ୍ପତ୍ତି ନଷ୍ଟ କରିବାର ଆବଶ୍ୟକତା ନାହିଁ । ଉର୍ମିଲା ମାତୋଣ୍ଡକର ନିଜ ଅଭିନୟ ପାଇଁ ନୁହେଁ ବରଂ “ସଫ୍ଟ ପର୍ଣ୍ଣ’ ପାଇଁ ଜଣାଶୁଣା । ଯଦି ସେ ଟିକେଟ୍ ପାଇପାରିଲେ ତେବେ ମୁଁ ମଧ୍ୟ ଟିକେଟ୍ ପାଇ ପାରିବି । ସେଥିପଇଁ ମୋତେ ନିଜର କ୍ଷତି କରିବାର କେଣସି ଆବଶ୍ୟକତା ନାହିଁ ।

Leave A Reply

Your email address will not be published.