ଭାରତର ଗୁପ୍ତ ତଥ୍ୟ ଚୀନକୁ ଦେବା ଘଟଣାରେ ଦୁଇ ଗିରଫ

0 70

ନୂଆଦିଲ୍ଲୀ ୧୯/୦୯: ଚୀନ୍ ଗୁପ୍ତଚର ସଂସ୍ଥାକୁ ସମ୍ବେଦନଶୀଳ ସୂଚନା ବାଣ୍ଟିବା ଘଟଣାରେ ଶନିବାର ଦିଲ୍ଲୀ ପୋଲିସ ଆଉ ଦୁଇ ଜଣଙ୍କୁ ଗିରଫ କରିଛି । ଏଥିରେ ଜଣେ ଚୀନ୍ ମହିଳା ଏବଂ ତାଙ୍କ ନେପାଳୀ ସହଯୋଗୀ ଅଛନ୍ତି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଫ୍ରିଲାନ୍ସ ସାମ୍ବାଦିକ ରାଜୀବ ଶର୍ମାଙ୍କୁ ଗିରଫ କରିଛି । ପୋଲିସର ଏ କାର୍ଯ୍ୟାନୁଷ୍ଠାନ ଅଫିସିଆଲ ସିକ୍ରେଟ ଆକ୍ଟ ମାଧମ୍ୟରେ ହୋଇଛି । ଅଭିଯୋଗ ହେଉଛି ରାଜୀବ ଶର୍ମା ଭାରତ ସହ ଜଡ଼ିତ ସମ୍ବେଦନଶୀଳ ତଥ୍ୟକୁ ଚୀନ ଗୁଇନ୍ଦା ଏଜେନ୍ସିକୁ ଦେଉଥିଲାୟ ତାଙ୍କ ସହ ଦୁଇ ଜଣ ବିଦେଶୀ ନାଗରିକଙ୍କୁ ମଧ୍ୟ ପୋଲିସ୍ ଟିମ ଗିରଫ କରିଛି । ଏହା ସହ ସେମାନଙ୍କୁ ଜେରା କରି ଅନ୍ୟ ତଥ୍ୟ ସାମ୍ନାକୁ ଆଣିବାକୁ ଚେଷ୍ଟା ଚଲାଇଛି ପୋଲିସ । ଦିଲ୍ଲୀ ପୋଲିସ୍ କହିଛି କ୍ରମାଗତ ଭାବେ ରାଜୀବ ଚୀନର ଗୁଇନ୍ଦା ଏଜେନ୍ସସିକୁ ଭାରତର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଉଥିଲା । ତାଙ୍କ ସହ ଜଣେ ଚୀନ ମହିଳା ଓ ଜଣେ ନେପାଳୀ ସହଯୋଗୀଙ୍କୁ ଗିରଫ କରାଯାଇଛି । ସେମାନେ ସେଲ୍ କମ୍ପାନି ମାଧ୍ୟମରେ ଟଙ୍କା ଯୋଗାଉ ଥିଲେୟ ଏହା ସହ ସେମାନଙ୍କ ପାଖରୁ ରକ୍ଷା କ୍ଷେତ୍ର ସହ ଜଡ଼ିତ କିଛି ଦସ୍ତାବିଜ୍ ମଧ୍ୟ ମିଳିଛି । ଦିଲ୍ଲୀ ପୋଲିସ୍ ଅନୁସାରେ ରାଜୀବକୁ ସେପ୍ଟେମ୍ବର ୧୪ରେ ଗିରଫ କରାଯାଇଥିଲା ଓ ସେପ୍ଟେମ୍ବର ୧୫ରେ ମାଜିଷ୍ଟ୍ରେଟ୍ଙ୍କ ସାମ୍ନାରେ ହାଜର କରାଯାଇ ଥିଲା । ୬ ଦିନ ପାଇଁ ଅଭିଯୁକ୍ତଙ୍କୁ ପୋଲିସ ହେପାଜତକୁ ପଠାଯାଇଛି । ତେବେ ରାଜୀବଙ୍କ ଜାମିନ୍ ଯାଚିକା ସେପ୍ଟେମ୍ବର ୨୨ରେ ପଟିଆଲା ହାଉସ୍ କୋର୍ଟରେ ଶୁଣାଣି ହେବ । କୁହାଯାଉଛି ଶର୍ମା ୟୁନାଇଟେଡ ନ୍ୟୁଜ ଅଫ ଇଣ୍ଡିଆ, ଦ ଟ୍ରିବ୍ୟୁନ, ଫ୍ରି ପ୍ରେସ୍ ଜର୍ନାଲ ସମେତ ଅନ୍ୟ କିଛି ଖବରକାଗଜ ଓ ମିଡିଆ ସଂସ୍ଥା ପାଇଁ କାମ କରିସାରିଛି ରାଜୀବ ।

Leave A Reply

Your email address will not be published.