୫୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୪ଗିରଫ

0 65

ପାରଳାଖେମୁଣ୍ଡି : ଗଜପତି ପୋଲିସ ଦ୍ୱାରା ପୃଥକ ପୃଥକ ଭାବେ ଚଢାଉ କରାଯାଇ ୫୦ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ କରାଯାଇଛି । ଏଥିରେ ୪ଜଣ ଗିରଫ ହୋଇଥିବା ବେଳେ ଏଥିରେ ବ୍ୟବହୃତ ୨ଗୋଟି ଗାଡି ଜବତ ହୋଇଛି । ଘଟଣାରୁ ପ୍ରକାଶ ଯେ,ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ କମଳାପୁର ଚେକ୍ଗେଟ୍ ନିକଟରେ ରାୟଗଡା ଜିଲ୍ଲାରୁ ଆସୁଥିବା ଏକ କଣ୍ଟେନର ଗାଡିକୁ ଯାଞ୍ଚ କରିବା ବେଳେ ଗାଡି ଆଗପଟେ ଏକ ବାକ୍ସରେ ଗଞ୍ଜେଇ ଥିବା ଜଣାପଡିଥିଲା । ଏହି ଗଞ୍ଜେଇର ପରିମାଣ ୬କ୍ୱିଣ୍ଟାଲ ୭କେଜି ଏବଂ ଏହାର ମୁଲ୍ୟ ୩୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ରାୟଗଡା ଜିଲ୍ଲା କେନ୍ଦୁଗୁଡା ଥାନା ଅଞ୍ଚଳରୁ ଏହି ଗଞ୍ଜେଇ ହରିୟାନା ଯାଉଥିଲା । ଏହି ଚୋରା ଚାଲାଣରେ ସଂପୃକ୍ତି ଥିବା ହରିୟାନାର ୨ଜଣ ହେଲେ ଜ୍ୱାଇଁ ସଳା ମନୋଜ କୁମାର ତୁମାର(୩୩) ଓ ଅଭିନାସ କୁମାର ସିଂ(୨୨) ବୋଲି ଜଣାପଡିଛି । ସେହିପରି ଅନ୍ୟ ଏକ ଘଟଣାରେ ଅଡବା ପୋଲିସ ଏବଂ ଏସଟିଏପ ଭୁବନେଶ୍ୱର ମିଳିତ ଭାବେ ଚଢାଉ କରି ୩୩୧କେଜି ଚୋରା ଗଞ୍ଜେଇ ଜବତ କରିଛନ୍ତି । ଏଗୁଡିକ ୧୪ଗୋଟି ଜରି ଅଖା ଯୋଗେ ଚାଲାଣ ହେଉଥିବା ବେଳେ ଅଡବା ଥାନା ଅନ୍ତର୍ଗତ ଗୁଦ୍ରିପଦର ଗ୍ରାମ ଓ ବମ୍ବେ ଛକ ରାସ୍ତାରେ ଥିବା ଏକ ବ୍ରିଜ ନିକଟରେ ଏଗୁଡିକ ଜବତ କରାଯାଇଥିଲା । ଏଥିରେ ସଂପୃକ୍ତିକୁ ନେଇ ଇଶ୍ୱବନ୍ଧୁ ନାୟକ(୪୮) ଓ କୁଳମଣି ନାୟକ(୨୮)ଙ୍କୁ ଗିରଫ କରାଯାିଛି । ଉଭୟ ମୋହନା ଥାନା ଅନ୍ତର୍ଗତ ତଲାରସିଂ ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି । ଏ ସମ୍ପର୍କରେ ୮୫/୨୦ରେ ଏକ ମାମଲା ଅଡବା ଥାନାରେ ରୁଜୁ ହୋଇଛି ।

Leave A Reply

Your email address will not be published.