ଋଣ ବୋଝ ସହିନପାରି ଗୋଟିଏ ପରିବାରର ୪ଜଣଙ୍କ ଆତ୍ମହତ୍ୟା!

0 97

ଜୟପୁର : ରାଜସ୍ଥାନ ରାଜଧାନୀ ଜୟପୁର କନୌତା ଥାନା ଅଞ୍ଚଳରେ ସାମୁହିକ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି । ଜୟପୁର ଇତିହାସରେ ଏହିଭଳି ଘଟଣା ପ୍ରଥମଥର ଘଟିଛି ୟ ଗୋଟିଏ ପରିବାର ୪ଜଣ ଏକସଙ୍ଗେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପରିବାର ମୁଣ୍ଡରେ ଋଣ ବୋଝ ଥିଲା । ପ୍ରତିଦିନ ଲୋକେ ତାଙ୍କୁ ଋଣ ଟଙ୍କା ମାଗିବାକୁ ଯାଉଥିଲେ । ଫଳରେ ପରିବାର ସଦସ୍ୟ ଚିନ୍ତିତ ହୋଇପଡିଥିଲେ । ମୃତକଙ୍କ ପରିବାରର ଗହଣା ବ୍ୟବସାୟ ଥିଲା । ଗତକାଲି ଅପରାହ୍ନ ସମୟରେ ତାଙ୍କ ଘରକୁ ଜଣେ ମହିଳା ଯାଇଥିଲେ । ମହିଳା ତାଙ୍କୁ ବାକି ଟଙ୍କା ମାଗିଥିଲେ ଓ ତାଙ୍କୁ ନାନା ଅପମାନ କରିଥିଲେ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ମୃତକ ପରିବାର ମହିଳାଙ୍କୁ କହିଥିଲେ ଯେ ଘର ଓ ଦୋକାନ ବିକ୍ରି କରିବା ପରେ ତାଙ୍କ ଟଙ୍କା ତାଙ୍କୁ ଫେରସ୍ତ କରିଦେବେ । କିନ୍ତୁ ପରିବାରର ୪ ସଦସ୍ୟ ରାତିରେ ହିଁ ଫାସୀ ଲଗାଇ ଆତ୍ମହତ୍ୟା କରିଦେଇଥିଲେ । ଏମାନଙ୍କ ମଧ୍ୟରୁ ୩ଜଣ ହଲରେ ଓ ଜଣେ କୋଠରୀରେ ପଙ୍ଖାରେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଦୁଇଜଣଙ୍କ ଗୋଡ ବନ୍ଧା ହୋଇଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏଫଏସଏଲ ଟିମକୁ ଘଟଣାସ୍ଥଳକୁ ଡକାଯାଇଛି । ତେବେ ମୃତକଙ୍କ ଘରୁ କୌଣସି ସୂଇସାଇଡ ନୋଟ ମିଳିନାହିଁ । ଜୟପୁର ଅତିରିକ୍ତ ଡିସିପି ମନୋଜ ଚୌଧୁରୀ କହିଛନ୍ତି ଯେ, କନୌତା ଥାନା ଅନ୍ତର୍ଗତ ଯାମରୋଲି ରାଧିକା ବିହାରରେ ଗୋଟିଏ ପରିବାରର ୪ଜଣଙ୍କ ଶବ ତାଙ୍କ ଘରୁ ଉଦ୍ଧାର ହୋଇଛି । ପ୍ରାଥମିକ ଯାଞ୍ଚରେ ଜଣାପଡିଛି ଯେ ପରିବାର ଅଲବରରେ ରହୁଥିଲେ ଏବଂ ଗତ ୫ ବର୍ଷ ହେଲା ଜୟପୁରରେ ଗହଣା ତିଆରି କାମ କରୁଥିଲା । ତେବେ ଟଙ୍କା ଲେଣଦେଣ ଓ ଋଣ ବୋଝ ଯୋଗୁଁ ପରିବାର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ଟିମ ମାମଲାର ତଦନ୍ତ ଜାରି ରଖିଛି । ମୃତକଙ୍କ ମଧ୍ୟରେ ପରିବାରର ମୁଖ୍ୟ (୪୫),ତାଙ୍କ ପ˜ୀ(୪୧), ଦୁଇ ପୁଅ(୨୩ ୨୦ ବର୍ଷୀୟ) ସାମିଲ ଅଛନ୍ତି ।

Leave A Reply

Your email address will not be published.