ରାଜ୍ୟସଭାରେ ଉପ-ସଭାପତିଙ୍କୁ ଦୁର୍ବ୍ୟବହାର କରିଥିବା ୮ ସାଂସଦ ନିଲମ୍ବିତ

0 76

ନୂଆଦିଲ୍ଲୀ : ଗତକାଲି ରାଜ୍ୟସଭାରେ ହୋଇଥିବା ହଙ୍ଗାମା ଏହାପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ବିରୋଧୀ ସାଂସଦ କୃଷି ବିଧେୟକ ବିରୋଧରେ ବାଚସ୍ପତିଙ୍କ ପରିସରକୁ ଆସି ହଙ୍ଗାମା କରିଥିଲେ । ରୁଲ ବୁକ ଚିରିବାକୁ ପ୍ରୟାସ କରିବା ସହ ମାଇଁଙ୍କ ଭାଙ୍ଗିବାକୁ ମଧ୍ୟ ଚେଷ୍ଟା କରିଥିଲେ । ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାଜ୍ୟସଭା ବାଚସ୍ପତି ଭେଙ୍କେୟା ନାଇଡୁ ଗତକାଲି ହଙ୍ଗାମା କରିଥିବା ୮ ସାଂସଦଙ୍କୁ ୭ ଦିନ ପାଇଁ ନିଲମ୍ବିତ କରିଛନ୍ତି । ଟିଏମସି ସାଂସଦ ଡେରେକ ଓ ବ୍ରାନ, ଆପ ସାଂସଦ ସଞ୍ଜୟ ସିଂହ ସହ ରାଜୀବ ସାଟବଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ଯେଉଁ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଛି ସେମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସର ଡେରେକ ଓ ବ୍ରାନ ଓ ଡୋଲା ସେନ, ଆପର ସଞ୍ଜୟ ସିଂହ, କଂଗ୍ରେସର ରାଜୀବ ସାଟବ, ସେଆଦ ନାସିର ହୁସେନ, ରିପୁର୍ନ ବୋରା, ସିପିଆଇ କେକେ ରାଜେଶ ଓ ଏଲମାଲାରନ କରିମ ଅଛନ୍ତି ୟ ଗତକାଲି ଉପ ସଭାପତି ହରିବଂଶଙ୍କ ସମ୍ମୁଖରେ ସାଂସଦଙ୍କୁ ଦୁର୍ବ୍ୟବହାର କରିଥିଲେ । ସେଥିପାଇଁ ସେମାନଙ୍କୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଛି । ବିରୋଧୀମାନେ ରାଜ୍ୟସଭା ଉପସଭାପତି ହରିବଂଶଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଦେଇଥିଲେ ଯେଉଁଥିରେ ଯାହାକୁ ଭେଙ୍କେୟା ନାଇଡୁ ଖାରଜ କରିଦେଇଥିଲେ ।

Leave A Reply

Your email address will not be published.