ଇଣ୍ଟରନେଟ୍ ସେବାରେ ସହରକୁ ବଳିଯିବ ଗାଁ

0 74

ନୂଆଦିଲ୍ଲୀ, ୨୧ ।୯ : ପ୍ରଧାନମନ୍ତ୍ରୀ ମୋଦି ସୋମବାର ଦିନ ବିହାରର ସମସ୍ତ ୪୫ ହଜାର ୯୪୫ ଗାଁକୁ ଅପ୍ଟିକାଲ ଫାଇବର ଇଣ୍ଟରନେଟ ସେବା (ଓଏଫ୍ଆଇ) ସହ ଯୋଡିବାକୁ ପ୍ରକଳ୍ପ ଓ ରାଜମାର୍ଗ ସହ ଜଡିତ ପରିଯୋଜନା ଉଦଘାଟନ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି, ଦେଶର ପ୍ରତ୍ୟେକ ଗାଁରେ ଇଣ୍ଟରନେଟ ଉପଯୋଗକାରୀଙ୍କ ସଂଖ୍ୟା ସହରମାନଙ୍କ ଠାରୁ ଅଧିକ ହେବ । କିନ୍ତୁ କିଛି ବର୍ଷ ପୂର୍ବରୁ ଏହା ମୁସ୍କିଲ ଥିଲା । ·ଷୀ, ଗାଁର ଯୁବକ, ମହିଳା ସହଜରେ ଇଣ୍ଟରନେଟ ବ୍ୟବହାର କରିବେ ନା ନାହିଁ ତା’ଉପରେ ପ୍ରଶ୍ନ ଉଠିଥିଲା । କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳିଯାଇଛି । ଉଦଘାଟନୀ ଅବସରରେ ମୋଦି କହିଛନ୍ତି, ଇଣ୍ଟରନେଟ ବ୍ୟବହାର ବଢିବା ସହ ଗାଁମାନଙ୍କରେ ଭଲ କ୍ୱାଲିଟି, ସ୍ପିଡ଼ ଇଣ୍ଟରନେଟ ମଧ୍ୟ ବର୍ତ୍ତମାନ ଆବଶ୍ୟକ । ସରକାରଙ୍କ ପ୍ରୟାସ ଯୋଗୁଁ ଦେଶର ପାଖାପାଖି ଦେଢ଼ ଲକ୍ଷ ପଞ୍ଚାୟତ ଯାଏଁ ଅପ୍ଟିକାଲ ଫାଇବର ପୂର୍ବରୁ ପହଞ୍ଚି ସାରିଛି । ଟେଲି ମେଡିସିନି ମାଧ୍ୟମରେ ବର୍ତ୍ତମାନ ଦୂର ଦୁରନ୍ତ ଗାଁଗୁଡିକରେ ଗରିବଙ୍କୁ ମଧ୍ୟ ଶସ୍ତା ଓ ପ୍ରଭାବୀ ଚିକିତ୍ସା ଘରେ ବସି ଉପଲବ୍ଧ କରାଇବା ସମ୍ଭବ ହୋଇପାରିବ । ଏହାଦ୍ୱାରା ·ଷୀଙ୍କୁ ଅନେକ ଲାଭ ହେବ । ଭଲ ଫସଲ, ପାଣିପାଗ ପୂର୍ବାନୁମାନ ଭଳି ସୂଚନା ତାଙ୍କୁ ସହଜରେ ମିଳିପାରିବ । ଦୁନିଆରେ ସେହି ଦେଶ ଅଧିକ ବିକାଶ କରିଛି ଯିଏ ନିଜର ଭିତ୍ତିଭୂମି ଉପରେ ଗମ୍ଭୀରତାର ସହ ନିବେଶ କରିଛି । କିନ୍ତୁ ଭାରତରେ ଦଶକ ଧରି ଭିତ୍ତିଭୂମି ଉପରେ ବଡ ଓ ବ୍ୟାପକ ପରିବର୍ତ୍ତନ ଆଣିଲା ଭଳି ପ୍ରଡକ୍ଟରେ ଦୃଷ୍ଟି ଦିଆଯାଇନାହିଁ । ବିହାରରେ ନଦୀ ଯୋଗୁଁ କଣେକ୍ଟିଭିଟିରେ ସବୁଠାରୁ ବଡ ବାଧା ସୃଷ୍ଟି ହୋଇଥିଲା । ସେଥିପାଇଁ ଯେତେବେଳେ ପିଏମ ପ୍ୟାକେଜ ଘୋଷଣା ହୋଇଥିଲା ସେତେବେଳେ ପୋଲ ନିର୍ମାଣ ଉପରେ ବିଶେଷ ଦୃଷ୍ଟି ଦିଆଯାଇଥିଲା । ଏହି ପ୍ୟାକେଜ ଅନୁଯାୟୀ ଗଙ୍ଗା ନଦୀ ଉପରେ ମୋଟ ୧୭ ପୋଲ ନିର୍ମାଣ କରାଯାଉଛି ଯେଉଁଥିରୁ ଅଧିକାଂଶ ପୁରା ହୋଇସାରିଛି ।

Leave A Reply

Your email address will not be published.