ହୀରାକୁଦ ଜଳ ଭଣ୍ଡାରର ଆଉ ୪ଟି ଗେଟ୍ ଖୋଲିଲା

0 86

ସମ୍ବଲପୁର ୨୩।୯: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ । ବର୍ତ୍ତମାନ ୯ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଗେଟ୍ ଖୋଲାଯାଇଛି । ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ଭିତରକୁ ୧ ଲକ୍ଷ ୭୦ ହଜାର ୨୫୧ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୬୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୯.୦୮ ଫୁଟ୍ ରହିଛି ।

Leave A Reply

Your email address will not be published.