ମୋବାଇଲ ଟାୱାର: ଅନଲାଇନ ପାଠପଢ଼ାରୁ ବଞ୍ଚିତ ଛାତ୍ରଛାତ୍ରୀ

0 76

କନ୍ଧମାଳ, (ଡି କେ ନ୍ୟୁଜ) : ନାହିଁ ମୋବାଇଲ ଟାୱାର ଓ ଯାହା ପାଇଁ ଅନଲାଇ ପାଠ ପଢ଼ାରୁ ବଞ୍ଚିତ ଛାତ୍ରଛାତ୍ରୀ ଓ କେବଳ ଏତିକିରେ ସୀମିତ ରହିନି ସମସ୍ୟା ଓ ଗର୍ଭବତୀ ମହିଳା ଏବଂ ରୋଗୀଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ସକାଶେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାକୁ ହେଲେ ଗଚ୍ଛ କିମ୍ବା ପାହାଡ଼ ଶିଖରକୁ ଚଢ଼ିବାକୁ ପଡୁଛି ବୋଲି ଗାର୍ଡଇଙ୍ଗିଆ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ବଲବନ୍ତ ପ୍ରଧାନ ପ୍ରକାଶ କରିଛନ୍ତି । କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକର ଗାରଡିଙ୍ଗିଆ ଗ୍ରାମପଞ୍ଚାୟତ ଓ ଏହି ଗ୍ରାମ ପଞ୍ଚାୟତ ୧୫ଟି ୱାର୍ଡର ୫୦୦୦ ଜନସାଧରଣଙ୍କୁ ନେଇ ଗଠିତ । ଏହି ଡିଜିଟାଲ ଯୁଗରେ ଗ୍ରାମ ପଞ୍ଚାୟତବାସୀଙ୍କୁ ସ୍ୱାସ୍ଥ୍ୟ ସେବା କିମ୍ବା ଅନଲାଇନ ପାଠ ଭଳି ଜରୁରୀ ସେବା ପାଇବା ସକାଶେ ଗଛ, ପାହାଡ଼ ଚଢିବା ପାଇଁ ପଡ଼ୁଥିବା ଗ୍ରାମବାସୀ କହିଛନ୍ତି । ଅଞ୍ଚଳରେ ମୋବାଇଲ ଟାୱାର ନଥିବା ଯୋଗୁଁ ଅନେକ ସମୟରେ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାରେ ସମସ୍ୟା, ରୋଗୀଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାରେ ସମସ୍ୟା ହେଉଛି ଓ ଜରୁରୀ ସେବା ପାଇବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ହେଉନାହିଁ । ଯାହା ପାଇଁ ସ୍ୱାସ୍ଥ୍ୟସେବା ଭଳି ମୌଳିକ ସୁବିଧା ପାଇବାରୁ ପଞ୍ଚାୟତବାସୀ ବଞ୍ଚିତ ହେଉ ଥିବା ମହିଳା ନେତ୍ରୀ ଝୁଲି ଦିଗାଳ କହିଛନ୍ତି ।

ଗାରଡିଡିଙ୍ଗିଆ ଗ୍ରାମ ପଞ୍ଚାୟତ ରାଞ୍ଜଓବ୍ରୋଡି, ମଣ୍ଡାଗୁଡା, ସଲାଙ୍ଗିଆ, ଗଣ୍ଡାନାଜୁ, ବିଦୁଲିପଡା, ବାଲିଗାଡ଼ା, କୁଟିନାଜୁ, ଗାରଡ଼ିଙ୍ଗିଆ ୧ ଏବଂ ୨, ପାଙ୍ଗା ନାଜୁ, ଲୁବ୍ରୁ ମାହା, ଗିରୁଟି, କଟଡ଼ି, ସାରଡ଼ାମାହା, ତିଲାବାଡ଼ି, ଗସାବାଜୁ, ନେଡିଗୁଡ଼ା, ତଗା ନାଜୁ, ଦଦମୁଣ୍ଡା, ନୁଆଁସାହି ଇତ୍ୟାଦି ଗ୍ରାମକୁ ନେଇ ଗଠିତ ଓ ବର୍ତ୍ତମାନ ଗ୍ରାମପଞ୍ଚାୟତରୁ ପ୍ରାୟ ୨୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେଥି ମଧ୍ୟରୁ ବହୁ ଛାତ୍ରଛାତ୍ରୀ ଭଲ ପାଠ ପଢୁଛନ୍ତି ଓ କରୋନା ମହାମାରୀ ସମୟରେ ବିଦ୍ୟାଳୟ ଏବଂ କଲେଜ ବନ୍ଦ ଓ ସରକାର ମହାମାରୀ ସମୟରେ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ିବା ପାଇଁ ଯୋଜନା କରିଛନ୍ତି । ହେଲେ ଆମ ଗ୍ରାମପଞ୍ଚାୟତରେ ମୋବାଇଲ ଟାୱାର ନଥିବାରୁ ୨୦୦ରୁ ଉର୍ଦ୍ଧ୍ ଛାତ୍ରଛାତ୍ରୀ ୧୦ କିମି ପାହାଡ଼ ଶିଖରକୁ ଯାଉଛନ୍ତି କିମ୍ବା ଟିକାବାଲିକୁ ପ୍ରାୟ ୨୦କିମି ରୁ ଉର୍ଦ୍ଧ୍ୱ ରାସ୍ତା ଅତିକ୍ରମ କରି ଅନଲାଇନ ପାଠ ପଢ଼ା ପାଇଁ ଯାଉଛନ୍ତି । ଯାହାକି ଅତ୍ୟନ୍ତ କଷ୍ଟ ଦାୟକ । ପ୍ରଶାସନର ଅଣଦେଖା ଯୋଗୁଁ ବର୍ତ୍ତମାନ ଗାର୍ଡଇଙ୍ଗିଆ ଗ୍ରାମପଞ୍ଚାୟତର ଛାତ୍ରଛାତ୍ରୀଙ୍କ ଜୀବନ ଅନ୍ଧକାରମୟ ହେବାକୁ ବସିଛି ବୋଲି ବିଜେବି କଲେଜ +୨ ବିଜ୍ଞାନ ଛାତ୍ର ସଚ୍ଚିନ ଦିଗାଳ କହିବା ସହ ଯଥା ଶୀଘ୍ର ମୋବାଇଲ ଟାୱାର ପାଇଁ ଦାବୀ କରିଛନ୍ତି । ଯଦି ସରକାର ପଞ୍ଚାୟତବାସୀଙ୍କ ଦାବୀ ପ୍ରତି ଦୃଷ୍ଟିପାତ ନ କରନ୍ତି ତା ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ପୂର୍ଣ୍ଣ ଚନ୍ଦ୍ର ଦିଗାଳ, ଗକୁଳ ପ୍ରଧାନ(ପୂର୍ବତ୍ତନ ସମିଟିସଭ୍ୟ), ଜିତେନ୍ଦ୍ର ମଲିକ(ୱାର୍ଡ ମେମ୍ବର), ବଲବନ୍ତ ପ୍ରଧାନ (ନାଏବ ସରପଞ୍ଚ), ସଞ୍ଜୟ ଦିଗାଳ (ସମାଜସେବୀ), ରାଜ କୁମାରି ପ୍ରଧାନ, ଚନ୍ଦ୍ରିକା ପ୍ରଧାନ, ମହନାବତୀ ମଲିକ, ନମିତା ନାୟକ, ଝୁଲି ଦିଗାଳଙ୍କ ସମେତ ଗ୍ରାମ ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.