ନେପାଳୀ ରାଷ୍ଟ୍ରଦୂତଙ୍କ ଭାରତ ବିରୋଧୀ ମନ୍ତବ୍ୟକୁ ନେଇ ନେପାଳରେ ବିରୋଧର ସ୍ୱର

0 69

ନୂଆଦିଲ୍ଲୀ : ଚୀନ୍ରେ ଅବସ୍ଥାପିତ ନେପାଳର ରାଷ୍ଟ୍ରଦୂତ ମହେନ୍ଦ୍ର ବାହାଦୂର ପାଣ୍ଡେ ଚୀନ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସକୁ ଦେଇଥିବା ସାକ୍ଷାତକାରକୁ ନେଇ ବିବାଦ ଉପୁଜିଛି । ସେ ଭାରତ ଏବଂ ଭାରତୀୟ ଗଣମାଧ୍ୟମକୁ ଟାର୍ଗେଟ କରିଥିବାବେଳେ ଗ୍ଲୋବାଲ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ନେପାଳୀ ରାଷ୍ଟ୍ରଦୂତ ଚୀନ୍ ଏବଂ ନେପାଳର ସମ୍ପର୍କ ବିଷୟରେ ଅତ୍ୟନ୍ତ ସକରାତ୍ମକ କଥା କହିଛନ୍ତି । ନେପାଳ ରାଷ୍ଟ୍ରଦୂତ ଅଭିଯୋଗ କରିଛନ୍ତି ଯେ ଭାରତୀୟ ଗଣମାଧ୍ୟମ ନେପାଳ-ଚୀନ୍ ସମ୍ପର୍କକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି । ନେପାଳୀ ରାଷ୍ଟ୍ରଦୂତଙ୍କ ସାକ୍ଷାତକାରକୁ ନେଇ ହଙ୍ଗାମା ଆରମ୍ଭ ହୋଇଯାଇଛି । ନେପାଳର ଅନେକ ବିଶ୍ଳେଷକ କହିଛନ୍ତି ଯେ ରାଷ୍ଟ୍ରଦୂତଙ୍କ ବିବୃତ୍ତି ଅତ୍ୟନ୍ତ କୂଟନତେିକ ଏବଂ ପ୍ରୋଟୋକଲ୍ ବିରୁଦ୍ଧରେ ଥିଲା । ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଜୁଲାଇରେ ନେପାଳର ରାଷ୍ଟ୍ରଦୂତ ଲୀଲାମଣି ପୋଡିୟାଲଙ୍କୁ ହଠାତ୍ ଚୀନ୍ରୁ ଫେରାଇ ଆଣି ତାଙ୍କ ସ୍ଥାନରେ ମହେନ୍ଦ୍ର ପାଣ୍ଡେଙ୍କ ନିଯୁକ୍ତି କରିଥିଲେ । ନେପାଳର ରାଷ୍ଟ୍ରଦୂତ ଚୀନ୍ ଏବଂ ନେପାଳ ମଧ୍ୟରେ ଥିବା ସମ୍ପର୍କକୁ ଅବିସ୍ମରଣୀୟ ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ଭାରତୀୟ ଗଣମାଧ୍ୟମର ମିଥ୍ୟା ଖବର ସେମାନଙ୍କ ସମ୍ପର୍କକୁ ପ୍ରଭାବିତ କରିବ ନାହିଁ । ଚୀନ୍ ଏବଂ ନେପାଳ ମଧ୍ୟରେ ସମ୍ପର୍କ ପ୍ରାକୃତିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ । ବୈଦେଶିକ ବ୍ୟାପାର ବିଶେଷଜ୍ଞ ଦୀନେଶ ଭଟ୍ଟରାଇ ନେପାଳର ଅଗ୍ରଣୀ ଖବରକାଗଜ କାଠମାଣ୍ଡୁ ପୋଷ୍ଟକୁ କହିଛନ୍ତି ଯେ ମୁଁ ଭାରତ, ଚୀନ୍ କିମ୍ବା କୌଣସି ଦେଶରେ ଆମର ରାଷ୍ଟ୍ରଦୂତମାନେ କାହିଁକି ସେହି ଦେଶ ସପକ୍ଷରେ କହିବା ଆରମ୍ଭ କରନ୍ତି ମୁଁ ବୁଝିପାରୁ ନାହିଁ । ପାଣ୍ଡେ ଯେଉଁ ପ୍ରକାର ବିବୃ୍ତ୍ତି ଦେଇଛନ୍ତି ତାହା ନିଶ୍ଚିତ ଭାବରେ ଆମର ଅସୁବିଧାକୁ ବଢ଼ାଇବ । ନେପାଳୀ ରାଷ୍ଟ୍ରଦୂତ ମଧ୍ୟ ନେପାଳ ମାଟିକୁ ଭାରତର ଅତିକ୍ରମଣ ତଥା ନେପାଳ ଜମିରେ ଥିବା ଅନ୍ୟାନ୍ୟ ସମସ୍ୟା ବିଷୟରେ ଅନେକ ଭୁଲ କଥା କହିଥିବା ସେ କହିଛନ୍ତି । ନେପାଳର ରାଷ୍ଟ୍ରଦୂତ ମହେନ୍ଦ୍ର ବାହାଦୂର ନେପାଳ-ଚୀନ୍ ସମ୍ପର୍କର ମହତ୍ତ୍ୱକୁ ବ୍ୟାଖ୍ୟା କରିବାରେ କେଉଁଠି ବି ଟିକେ ଊଣା କରିନାହାନ୍ତି । ବିଶ୍ଳେଷକମାନେ କହିଛନ୍ତି ଯେ ନେପାଳ-ଚୀନ୍ ସମ୍ପର୍କର ରାଷ୍ଟ୍ରଦୂତଙ୍କ ମୂଲ୍ୟାଙ୍କନ ଯଥାର୍ଥ ହୋଇପାରେ କିନ୍ତୁ ସେ ଏହିପରି ଭାବରେ ନେପାଳ-ଭାରତ ସମ୍ପର୍କର ଗୁରୁତ୍ୱକୁ ଅଣଦେଖା କରିବା ଉଚିତ୍ ନୁହେଁ । ନେପାଳ ଏବଂ ଭାରତର ସାଂସ୍କୃତିକ, ସାମାଜିକ ସମ୍ପର୍କ ରହିଛି । କିନ୍ତୁ ଏହା ମଧ୍ୟ ଅନନ୍ୟ ଯେ ଉଭୟ ଦେଶର ନାଗରିକମାନେ ପରସ୍ପରର ସୀମା ମଧ୍ୟରେ ଯିବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇଛନ୍ତି ।

Leave A Reply

Your email address will not be published.