ଭୁଶୁଡ଼ିଲା ନିର୍ମାଣାଧୀନ କୋଠା: ୩ ମୃତ

0 76

ଭଦୋଦରା : ଗୁଜୁରାଟର ଭଦୋଦରା ଠାରେ ନିର୍ମାଣାଧୀନ ଏକ କୋଠା ଭୁଶୁଡ଼ିପଡ଼ିଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ରିପୋର୍ଟ ଲେଖାଯିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତକମାନେ ଶ୍ରମିକ ବୋଲି କୁହାଯାଉଛି । ସୂଚନା ମିଳିବା ପରେ ପ୍ରଶାସନ ଘଟଣାସ୍ଥଳରେ ପହଞ୍ôଚଛି । ସେହିପରି ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । କୋଠା ତଳେ ·ପି ହୋଇଯାଇଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭଦୋଦରାର ବାୱାମାନପୁରା ଅଂଚଳରେ ନିର୍ମାଣାଧୀନ କୋଠା ଅ·ନକ ଭୁଶୁଡ଼ିପଡ଼ିଥିଲା । ରିପୋର୍ଟ ଅନୁସାରେ ସ୍ଥାନୀୟ ଲୋକେ ପୂର୍ବରୁ କହିଥିଲେ ଯେ, କୋଠା ଢ଼ଳିକି ଅଛି । ଏ ନେଇ ଅଭିଯୋଗ ମଧ୍ୟ ହୋଇଥିଲା । କିନ୍ତୁ ପ୍ରଶାସନ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା । ସେମବାର ରାତି ଅ·ନକ କୋଠା ଭୁଶୁଡ଼ିପଡ଼ିଛି । ଫଳରେ ଶ୍ରମିକମାନଙ୍କର ମୃତ୍ୟୁ ହୋଇଛି । ସୂଚନା ମିଳିବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । କୋଠା ତଳୁ ·ପି ହୋଇଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଗତ ୨୧ ତାରିଖ ଭୋର ସକାଳୁ ଭୁଶୁଡ଼ି ପଡ଼ିଥିବା ୩ ମହଲା କୋଠାରେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ଥାଣେ ଜିଲ୍ଲାର ଭିୱଣ୍ଡିରେ ହୋଇଥିବା ଏହି କୋଠା ଭୁଶୁଡ଼ିବା ଘଟଣାରେ ଆହୁରି କିଛି ଲୋକଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଘଟଣା ଦିନ ପାଖାପାଖି ୨୦ ଜଣ ଲୋକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସୂଚନା ମିଳିବା ପରେ ଏନଡିଆରଏଫ ଟିମର ୨ଟି ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାଯ୍ୟରେ ଲାଗିପଡ଼ିଥିଲେ ।

Leave A Reply

Your email address will not be published.