ଚୀନକୁ ଘେରିବା ଅଭିଯାନରେ ଭାରତକୁ ମିଳିଲା ଅଷ୍ଟ୍ରେଲିଆର ସମର୍ଥନ

0 77

କାନବେରା : ଚୀନ ସହିତ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତକୁ ସମର୍ଥନ ଜଣାଇଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀ ଲିଣ୍ଡା ରୋନାଲ୍ଡସ ଏହି ଘୋଷଣା କରି କହିଛନ୍ତି ଯେ, ଅଧିକ ସୁରକ୍ଷିତ, ଖୋଲା, ସମାବେଶୀ ଓ ସମୃଦ୍ଧ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ସମର୍ଥନ ଜଣାଇବ । ଅଷ୍ଟ୍ରେଲୀୟ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଚୀନ ଭିତ୍ତିଭୂମିରେ ସଂପତ୍ତ ଏହି କ୍ଷେତ୍ରରେ ନିଜର ପ୍ରଭୂତ୍ତ ବଢ଼ାଇକୁ ଯାଉଛି । ଏହା ସମସ୍ତଙ୍କ ପାଇଁ ବିପଦ । ରୋନାଲ୍ଡସ କହିଛନ୍ତି ଯେ, ଭାରତ ମହାସାଗରରେ ଯୁଗ୍ମ ଭାବେ ଯୁଦ୍ଧାଭ୍ୟାସ ଉଭୟ ଦେଶର ସଂପର୍କକୁ ଆହୁରି ମଜବୁତ କରିବ । ସୂଚନାଯୋଗ୍ୟ ଗତ ସପ୍ତାହରେ ଭାରତୀୟ ନୈସେନା ଓ ରୟାଲ ଅଷ୍ଟ୍ରେଲୀୟ ନୌସେନା ଭାରତ ମହାସାଗରର ଉତ୍ତର-ପୂର୍ବ ଅଂଚଳରେ ୨ ଦିନ ଲାଗି ସେନାଭ୍ୟାସ କରିଥିଲେ । ଅଷ୍ଟ୍ରେଲିଆର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଆମେ ଅଧିକ ସୁରକ୍ଷିତ, ଖୋଲା, ସମାବେଶୀ ଓ ସମୃଦ୍ଧ ଭାରତ-ପ୍ରଶାନ୍ତ କ୍ଷେତ୍ରର ବୁଝାମଣା ଦୃଷ୍ଟିରୁ ଭାରତକୁ ସହଯୋଗ କରିବାକୁ ·ହୁଁଛୁ । ଭାରତ ସହିତ ଆମର ସଂପର୍କ ମଜବୁତ ଆସିଛି । ବିଶେଷ ଭାବେ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଶିଖର ସମ୍ମିଳନୀ ପରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସଂପର୍କ ଆହୁରି ଘନିଷ୍ଠ ହୋଇଛି ।

Leave A Reply

Your email address will not be published.