ହାଥରସ୍ ବଳାତ୍କାର ଘଟଣା, ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଯୋଗୀଙ୍କ ସହ ମୋଦିଙ୍କ ଆଲୋଚନା

0 78

ନୂଆଦିଲ୍ଲୀ, ୩୦ ।୯: ହାଥରସ୍ ବଳାକ୍ରାର ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଟ୍ୱିଟ୍ କରି ଜଣାଇଛନ୍ତି କି ହାଥରସ୍ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ସହ ଅ।।ଲୋଚନା କରିଛନ୍ତି । ଏହି ମାମଲାର ଯାଞ୍ଚ ପାଇଁ ଉତ୍ତରପ୍ରଦେଶ ସରକାର ଏସ୍ଆଇଟି ଗଠନ କରିଛନ୍ତି । ହାଥରସ୍ ଘଟଣାରେ ସଂପୃକ୍ତ ଦୋଷୀମାନଙ୍କ ପ୍ରତି କୌଣସି ପ୍ରକାର କୋହଳ ମନୋଭାବ ପ୍ରଦର୍ଶନ କରାଯିବ ନାହିଁ । ଏହି ଘଟଣାର ଯାଞ୍ଚ ପାଇଁ ବିଶେଷ ଯାଞ୍ଚ ଦଳ ଗଠନ କରାଯାଇଛି । ଏହି ଯାଞ୍ଚ ଦଳ ଆସନ୍ତା ୭ ଦିନ ମଧ୍ୟରେ ନିଜର ରିପୋର୍ଟ ଦେବେ । ତ୍ୱରିତ ନ୍ୟାୟ ସୁନିଶ୍ଚିତ କରିବା ହେତୁ ଏହି ମାମଲା ଏବେ ଫାଷ୍ଟ ଟ୍ରାକ୍ କୋର୍ଟରେ ଚାଲିବ । ଅନ୍ୟପକ୍ଷରେ ପରିବାରବର୍ଗଙ୍କ ଅନୁମତି ବିନା ଦଳିତ ଯୁବତୀଙ୍କ ଅନ୍ତିମ ସଂସ୍କାର କରିବା ମାମଲାରେ ପୋଲିସ ସଫେଇ ଦେଇଛି । ପୋଲିସ ଏହା କହିଛି କି ଏହା ସଂପୂର୍ଣ୍ଣ ମିଛ କି ପରିବାରବର୍ଗଙ୍କ ବିନା ଅନୁମତିରେ ଅନ୍ତିମ ସଂସ୍କାର କରାଯାଇଛି ।

Leave A Reply

Your email address will not be published.