ବିଧାନସଭାରେ ହାଥରସ ଝଡ଼

0 72

ଗୃହ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ

ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନରେ ଗୃହରେ ଉଠିଲା ଉତ୍ତରପ୍ରଦେଶ ହାଥରସ ଝଡ଼।  କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମାଡ ମରାଯିବା ଓ ଗିରଫ କରାଯିବା ଘଟଣାକୁ ନେଇ ବର୍ଷିଲେ କଂଗ୍ରେସ ସଦସ୍ୟ। ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ବିଧାନସଭାରେ ସ୍ଲୋଗାନ ଦେଇଥିଲେ କଂଗ୍ରେସ ବିଧାୟକ  । ଯୋଗୀ ମୋଦି ହାଏ ହାଏ ବୋଲି ସ୍ଲୋଗାନ ଦେଇଥିଲେ । ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି କରିଥିଲେ । ଗଣତନ୍ତ୍ର କେଉଁ ସ୍ତରକୁ ଗଲାଣି ବୋଲି ପ୍ରଶ୍ନ କରି କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଥିଲେ।  ଏହାପରେ ବାଚସ୍ପତି ଗୃହକୁ ଦିନ ୧୦ଟା ୪୦ରୁ ୧୫ ମିନିଟ ପାଇଁ ମୁଲତବୀ କରିଥିଲେ । ଏହାପରେ ପୁଣିଥରେ କଂଗ୍ରେସ ବିଧାୟକ ହୋହଲ୍ଲା କରିବାରୁ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ବାଚସ୍ପତି ।

Leave A Reply

Your email address will not be published.