ଅଟଳ ଟନେଲ୍ ଲୋକାର୍ପିତ

0 73

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଅଟଳ ଟନେଲ୍ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହିମାଚଳ ପ୍ରଦେଶ ରୋହତାଙ୍ଗରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମୁଖ୍ୟମନ୍ତ୍ରୀ ଜୟୀରାମ ଠାକୁର, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ସିଡିଏସ ବିପିନ ରାୱତ୍, ସ୍ଥଳସେନା ମୁଖ୍ୟ ଏମ୍ଏମ୍ ନର୍ଭାଣେ ଯୋଗଦେଇଛନ୍ତି । ୯ କିମି ଲମ୍ବ ବିଶିଷ୍ଟ ଅଟଲ ଟନେଲ୍ ହେଉଛି ବିଶ୍ୱର ସୁଦୀର୍ଘ ଓ ସର୍ବୋଚ୍ଚ ହାଇୱେ ଟନେଲ୍, ଯାହା ୩ ହଜାର ମିଟର ଉଚ୍ଚ ପାହାଡ଼ରେ ନିର୍ମିତ ହୋଇଛି । ଟନେଲ୍ ନିର୍ମାଣ ଦ୍ୱାରା ମନାଲିରୁ ଲେହ ୪୬ କିମି ଦୂରତା କମିଯାଇଛି । ତୁଷାରପାତ ଯୋଗୁଁ ୬ ମାସ ବନ୍ଦ ରହୁଥିବା ମନାଲିରୁ ଲେହକୁ ଯାତ୍ରା ଉପରୁ ଏଣିକି ପ୍ରତିବନ୍ଧକ ଟଳିଲା । ଟନେଲ୍ ନିର୍ମାଣ ଯୋଗୁ ଦୁର୍ଗମ ଅଞ୍ଚଳର ଲୋକଙ୍କ ଜୀବନଧାରଣ ମାନ ଉନ୍ନତ ହେବ । ଏହାସହ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି । ସୂଚନାଯୋଗ୍ୟ ୨୦୧୦ ଜୁନ୍ ୨୮ରୁ ଅଟଳ ଟନେଲ୍ ର୍ନିମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.