ହାଥରସ୍ ଘଟଣାରେ ଗ୍ରାମବାସୀଙ୍କୁ ଏସ୍ଆଇଟିର ପଚରାଉଚୁରା ଜାରି

0 73

ସୁରକ୍ଷା ବଳୟରେ ପୂରା ଗ୍ରାମ

ଲକ୍ଷେ୍ନø, ୯ ।୧୦ : ହାଥରସ୍ ଘଟଣାକୁ ନେଇ ଅନୁସନ୍ଧାନର ପରିସର କ୍ରମାଗତ ଭାବେ ବୃଦ୍ଧି ପାଉଛି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ଏହି ଘଟଣାର ତଦନ୍ତକୁ ଜୋରଦାର କରିଛି । ଗୁରୁବାର ଦିନ ଏସଆଇଟିର ଗ୍ରାମର ପ୍ରାୟ ୪୦ ଜଣଙ୍କୁ ପଚରାଉଚରା ପାଇଁ ନୋଟିସ ଦେଇଥô୍ଲା । ଶୁକ୍ରବାର ଦିନ ପ୍ରାପ୍ତ ସୂଚନା ମୁତାବକ ଗ୍ରାମବାସୀଙ୍କୁ ଏସ୍ଆଇଟି ଟିମ୍ ପଚରାଉଚୁରା ଜାରି ରଖିଛି । ବର୍ତ୍ତମାନ ଗ୍ରାମରେ ସୁରକ୍ଷା ବୃଦ୍ଧି କରାଯାଇଛି । ପ୍ରତ୍ୟେକ କୋଣରେ ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି । ଏଥିସହ ପୀଡିତାଙ୍କ ଘରେ ସିସିଟିଭି କ୍ୟାମେରା ଉପରେ ନଜର ରଖାଯାଉଛି । ଏସଆଇଟି ପକ୍ଷରୁ ଘଟଣା ସ୍ଥଳ, ଅନ୍ତିମ ସଂସ୍କାର ସ୍ଥାନ ସମ୍ପର୍କରେ ଗ୍ରାମବାସୀଙ୍କଠାରୁ ସୂଚନା ନିଆଯିବ । ସେତେବେଳେ ଘଟଣାସ୍ଥଳରେ କିଏ ଉପସ୍ଥିତ ଥିଲେ ଏବଂ କିଏ କ’ଣ ଦେଖିଛନ୍ତି ତାହା ଉପରେ ସବିଶେଷ ବିବରଣୀ ଗ୍ରାମବାସୀଙ୍କ ଠାରୁ ନିଆଯିବ । ଶୁକ୍ରବାର ଡିଜି ଶଲଭ ମାଥୁର ହାଥରସ୍ରେ ପହଞ୍ଚି ପୀଡିତାଙ୍କ ପରିବାରକୁ ଭେଟିଛନ୍ତି । ସେ କହିଛନ୍ତି ଯେ ଏଠାକୁ ଆସିବା ପରେ ସେ ବ୍ୟବସ୍ଥା ଉପରେ କଡ଼ା ନଜର ରଖିଛନ୍ତି ଓ ପରିବାରର ସୁରକ୍ଷାକୁ ନେଇ ସନ୍ତୁଷ୍ଟ ଅଛନ୍ତି । ସୂଚନାଥାଉକି ହାଥରସ୍ କାଣ୍ଡକୁ ନେଇ ବହୁତ କିଛି ଖୁଲାସା ହେଉଛି । ଗତ କିଛିଦିନ ତଳେ ଏକ ଭିଡିଓ ସାମ୍ନାକୁ ଆସିଥିଲା ଯାହାକି ୧୪ ସେପ୍ଟେମ୍ବର ଘଟଣାର ପରର ଥିଲା । ଏହି ଭିଡିଓରେ ଘଟଣାସ୍ଥଳରେ କିଛି ଲୋକ ଥିବା ପରିଲକ୍ଷିତ ହୋଇଥିଲା । ଘଟଣା ପରେ ପୋଲିସ ଯେତେବେଳେ ଉକ୍ତ ସ୍ଥାନକୁ ପହଞ୍ôଚଥିଲା ସେତେବେଳେ ସେହି ସ୍ଥାନରେ ଚପଲ ଓ କାର୍ପେଟର ଥିବା ଦେଖିବାକୁ ପାଇଥିଲା । ଏହାବାଦ୍ ୧୪ ସେପ୍ଟେମ୍ବରରେ ହୋଇଥିବା ଘଟଣା ବିଷୟରେ ଜଣେ ପ୍ରତ୍ୟକ୍ଷଦର୍ଶୀ ଖୁଲାସା କରିଥିଲେ କି ଯେତେବେଳେ ସେ ସେଠାରେ ପହଞ୍ôଚଥିଲେ ସେତେବେଳେ ଯୁବତୀଜଣକ ସେଠାରେ । ସେତେବେଳେ କିଛି ଲୋକ ସେଠାରେ ଚାରା କାଟୁଥିବା ବ୍ୟକ୍ତିଜଣକ କହିଛନ୍ତି । ସୂଚନାଯୋଗ୍ୟ କି ହାଥରସ୍ ଘଟଣା ପରେ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଇଛି । କିନ୍ତୁ ପରିବାରବର୍ଗଙ୍କ କହିବାନୁଯାୟୀ ସେମାନଙ୍କ ପାଇଁ ଗ୍ରାମରେ ରହିବା ବିପଦ ରହିଛି । ଏପରିସ୍ଥଳେ ସେମାନେ ଗ୍ରାମ ଛାଡ଼ିବାକୁ ଚାହୁଁଛନ୍ତି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏବେ ପୀଡ଼ିତାଙ୍କ ପରିବାରକୁ କଡ଼ା ସୁରକ୍ଷା ଯୋଗାଇ ଦିଆଯାଇଛି । ପର୍ସନାଲ୍ ସୁରକ୍ଷାକର୍ମୀଙ୍କ ବାଦ୍ ପୀଡ଼ିତାଙ୍କ ଘର ଓ ଗ୍ରାମରେ ପୋଲିସ ସଦାସର୍ବଦା ସଜାଗ ରହିଛି । ଏଥିସହ ସିସିଟିଭି କ୍ୟାମେରା ଦ୍ୱାରା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଉଛି ।

Leave A Reply

Your email address will not be published.