ପୁଣି ଇତିହାସ ରଚିଲା ଡିଆରଡିଓ

0 59

ଆଣ୍ଟି ରେଡିଏସନ୍ ମିସାଇଲ୍ ରୁଦ୍ରମର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍ଡିଓ) ପୁଣିଥରେ ଇତିହାସ ରଚିଛି । ଶୁକ୍ରବାର ଭାରତ ଆଣ୍ଟି ରେଡିଏସନ୍ ମିସାଇଲ୍ ରୁଦ୍ରମ୍କୁ ସଫଳତାର ସହ ପରୀକ୍ଷଣ କରିଛି । ଏହି ମିସାଇଲ୍କୁ ଡିଆର୍ଡିଓ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହାର ପରୀକ୍ଷଣ ସୁଖୋଇ-୩୦ ଫାଇଟର ଏୟାରକ୍ରାଫ୍ଟ ଦ୍ୱାରା କରାଯାଇଥିଲା । ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ମିସାଇଲ୍ ଶତ୍ରୁପକ୍ଷର ବିମାନକୁ ଯେକୌଣସି ଉଚ୍ଚତାରେ ବି ନିକ୍ଷେପ କରିପାରିବାର କ୍ଷମତା ରଖିଛି । ଏହି ମିସାଇଲ୍ କୌଣସି ପ୍ରକାର ସିଗ୍ନାଲ ଓ ରେଡିଏସନ୍କୁ କ୍ୟାଚ୍ କରିପାରିବ । ଏଥିସହ ନିଜ ରାଡାର ପରିସରକୁ ଆଣି ତାକୁ ନଷ୍ଟଭ୍ରଷ୍ଟ କରିବାର କ୍ଷମତା ରଖିଛି ଏହି ମିସାଇଲ୍ । ଏବେ ଏହି ମିସାଇଲ୍ର ଡେଭଲପ୍ମେଣ୍ଟ ଟ୍ରାଏଲ୍ ଜାରି ରହିଛି । କିନ୍ତୁ ଏହି ଟ୍ରାଏଲ ପୂରା ହୋଇଯିବା ପରେ ଖୁବ୍ଶୀଘ୍ର ସୁଖୋଇ ଓ ସ୍ୱଦେଶୀ ବିମାନ ତେଜସ୍ରେ ଏହାକୁ ବ୍ୟବହାର କରାଯିବ ।

Leave A Reply

Your email address will not be published.