ରାମମନ୍ଦିର ନିର୍ମାଣକୁ ନେଇ ମନ୍ଦିର କାର୍ଯ୍ୟଶାଳା ଚଳଚଞ୍ଚଳ

0 66

ଅଯୋଧ୍ୟା : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣକୁ ନେଇ ମନ୍ଦିର ନିର୍ମାଣ କାର୍ଯ୍ୟଶାଳା ଚଳଚଞ୍ଚଳ ହୋଇଉଠିଛି । ରାମ ଜନ୍ମଭୂମି ପରିସରରେ ପଥର ନେବାର କାର୍ଯ୍ୟ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି । ବୈଦିକ ରୀତିନୀତିରେ ପୂଜାର୍ଚ୍ଚନା କରେ ପଥର ସମୂହକୁ ରାମ ଜନ୍ମଭୂମି ପରିସରକୁ ଅଣାଯାଉଛି । ଏଲ୍ଏଣ୍ଡଟି କମ୍ପାନୀର ମେସିନ୍ ପଥର ବୋହିବା କାର୍ଯ୍ୟରେ ନିୟୋଜିତ କରାଯାଇଛି । ସେହିପରି କ୍ରେନ୍ ମେସିନ୍ ଏବଂ ଟ୍ରକ୍ଗୁଡ଼ିକୁ ବି ପଥର ଉଠାଇବା କାର୍ଯ୍ୟରେ ବ୍ୟବହାର କରାଯାଉଛି । ରାମ ମନ୍ଦିରରେ ଲାଗିବାକୁ ଥିବା ପଥରସମୂହର ପରିକ୍ରମା ମାର୍ଗ ଦେଇ ରାମ ଜନ୍ମଭୂମି ପରିସରକୁ ଅଣାଯାଉଛି । ପ୍ରଥମ ପର୍ଯ୍ୟାୟରେ ଗ୍ରାଉଣ୍ଡ ଫ୍ଲୋର୍ର ୧୦୬ଟି ସ୍ତମ୍ଭ ନିର୍ମାଣ କରାଯିବ । ଏହି ପଥରସମୂହକୁ ରଖିବା ପାଇଁ ରାମ ଜନ୍ମଭୂମି ପରିସରରେ ପ୍ଲାଟ୍ଫର୍ମ ପ୍ରସ୍ତୁତ କରାଯାଇଛି । ସୂଚନାଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତବର୍ଷ ଅଗଷ୍ଟ ୫ ତାରିଖରେ ମନ୍ଦିରର ଭୂମି ପୂଜନ କରିଥିଲେ । ସେପ୍ଟେମ୍ବର ୮ ତାରିଖରେ ଏହାର କାର୍ଯ୍ୟ ଆରମ୍ଭ ହୋଇଯାିଛି । ପୂରା ପରିସରର ୧୨୦୦ଟି ସ୍ଥାନରେ ପାଇଲିଂ କରାଯିବ । ପାଇଲିଂ ମେସିନ୍ ସହାୟତାରେ ଖମ୍ବକୁ ଠିଆ କରାଯିବ । ଏଠାରେ ସୂଚନାଯୋଗ୍ୟ ଯେ ଯେଉଁ ଲାର୍ସନ ଆଣ୍ଡ ଟାର୍ବୋ ମେସିନ୍ ଉକ୍ତ ସ୍ଥାନକୁ ଅଣାଯାଇଛି ତାହା ଏତେ ବଡ଼ ଯେ ତାହାର ପ୍ରବେଶ ପାଇଁ ରାମ ଜନ୍ମଭୂମି ସ୍ଥଳର ମୁଖ୍ୟ ଦ୍ୱାରକୁ ଭାଙ୍ଗିବାକୁ ପଡ଼ିଥିଲା । ଅନ୍ୟପକ୍ଷରେ ମନ୍ଦିର ନିର୍ମାଣ ସ୍ଥଳରେ ଜର୍ଜର ମନ୍ଦିରକୁ ବି ହଟାଇବାର କାମ ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.