୬୦ଲକ୍ଷ ଟପିଲା କରୋନା ସୁସ୍ଥ ସଂଖ୍ୟା

0 78

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ସେହିପରି ଦେଶରେ ସୁସ୍ଥ ସଂଖ୍ୟା ଦ୍ରୁତ ଗତିରେ ମଧ୍ୟ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ଭିତରେ ଦେଶରେ ୭୪,୩୮୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଲକ୍ଷ ଟପିଛି । ଏବେ ଦେଶରେ ମୋଟ ୭୦,୫୩,୮୦୭ ପଜିଟିଭ୍ ମାମଲା ରହିଛି । ତେବେ ଆଶ୍ୱସ୍ତିକର କଥା ହେଉଛି, ଦେଶରେ କରୋନା ସୁସ୍ଥ ସଂଖ୍ୟାରେ ନିୟମିତ ବୃଦ୍ଧି ହେଉଛି । ଗତ ୨୪ ଘଣ୍ଟା ଭିତରେ ୮୯,୧୫୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୯୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଦେଶରେ ମୋଟ ୬୦,୭୭,୯୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧,୦୮,୩୩୪ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଏବେବି ୮,୬୭,୩୩୪ ଆକ୍ଟିଭ୍ ମାମଲା ରହିଛି । ଦେଶରେ ରିକଭରୀ ହାର ୮୬.୧୬ ପ୍ରତିଶତରେ ପହଞ୍ଚିଛି । ସେହିପରି ପଜିଟିଭ୍ ରେଟ୍ ୬.୮୯ ପ୍ରତିଶତ ରହିଥିବା ମୃତ୍ୟୁ ହାର ୧.୫୩ ପ୍ରତିଶତ ରହିଛି । ଅକ୍ଟୋବର ୧୦ ତାରିଖରେ ୧୦,୭୮,୫୪୪ କରୋନା ସାମ୍ପଲ୍ ଟେଷ୍ଟ କରାଯାଇଛି ।ଏହାକୁ ମିଶାଇ ଏପର୍ଯ୍ୟନ୍ତ ୮,୬୮,୭୭,୭୪୨ ସାମ୍ପଲ ଟେଷ୍ଟ କରାଯାଇଛି ।

Leave A Reply

Your email address will not be published.