ମହିଳା ବିରୋଧୀ ଅପରାଧୀଙ୍କୁ ଦଣ୍ଡ ଦେବାରେ ଉତ୍ତରପ୍ରଦେଶ ସର୍ବାଗ୍ରେ

0 74

ଲକ୍ଷେ୍ନø : ଉତ୍ତରପ୍ରଦେଶରେ ଯୋଗୀ ସରକାର ମହିଳାଙ୍କ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏନସିଆରବି ଦ୍ୱାରା ପ୍ରକାଶିତ କ୍ରାଇମ ଇନ ଇଣ୍ଡିଆ ଅନୁସାରେ ମହିଳା ବିରୋଧୀ ଅପରାଧୀଙ୍କୁ ଦଣ୍ଡ ଦେବାରେ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନରେ ଅଛି । ତାଲିକା ଅନୁଯାୟୀ ଦୁଷ୍କର୍ମ ମାମଲାରେ ୫ ଅପରାଧୀଙ୍କୁ ଫାସୀ ଦଣ୍ଡ ଦିଆଯାଇଥିବାବେଳେ ୧୯୩ ଅପରାଧୀଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି । ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶରେ ୨୦୧୭ ମସିହାରେ ଯୋଗୀ ସରକାର ଶାସନକୁ ଆସିବା ପରେ ମହିଳାଙ୍କ ଉପରେ ଅତ୍ୟା·ର, ନିର୍ଯାତନା ଉପରେ ବ୍ରେକ ଲଗାଇବାରେ ସକ୍ଷମ ପ୍ରମାଣିତ ହୋଇଛନ୍ତି । ରାଜ୍ୟରେ ୨୦୧୬ ତୁଳନାରେ ୨୦୨୦ ମସିହାରେ ଦୁଷ୍କର୍ମ ମାମଲା ୪୨.୨୪ ପ୍ରତିଶତ ହ୍ରାସ ପାଇଛି । ମହିଳାଙ୍କ ଅପହରଣ ମାମଲା ପାଖାପାଖି ୩୯ ପ୍ରତିଶତ ହ୍ରାସ ପାଇଛି । ୨୦୧୯ ତୁଳନାରେ ୨୦୨୦ରେ ଦୁଷ୍କର୍ମ ମାମଲା ୨୭.୩୨ ପ୍ରତିଶତ ହ୍ରାସ ପାଇଛି । ରାଜ୍ୟରେ ମହିଳା ଓ ନାବାଳିକାଙ୍କ ସହ ହେଉଥିବା ଅପରାଧିକ ମାମଲାରେ ପୋକ୍ସୋ ଆକ୍ଟ ଅନୁସାରେ ସରକାର ନ୍ୟାୟାଳୟରେ ସାକ୍ଷ୍ୟ ଆଧାରରେ ଦଣ୍ଡ ଦେବା କାମ କରିଛନ୍ତି । ମହିଳା ଓ ଯୁବତୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଦ୍ୱାରା ସ୍ଥାପିତ ର୍ନିଭୟା କାଣ୍ଡରେ ସାମିଲ ଦେଶର ୮ ସହରରେ ଲକ୍ଷେ୍ନø ମଧ୍ୟ ସାମିଲ ଅଛି । ନିର୍ଭୟା ଫଣ୍ଡ ଅନୁସାରେ ସରକାର ମହିଳାଙ୍କ ସୁରକ୍ଷା ପାଇଁ ଲକ୍ଷେ୍ନø ପୋଲିସ ସହ ଉମେନ୍ ପାୱାର୍ ଲାଇନ ୧୦୯୦ ଓ ଅନ୍ୟ ସୁରକ୍ଷା ଏଜେନ୍ସିକୁ ମଜବୁତ ଓ ସକ୍ରିୟ କରିଛି । ଯୋଗୀ ସରକାର ସାରା ରାଜ୍ୟରେ ରୋମିଓ ସ୍କ୍ୱାର୍ଡ ସାଧା ପୋଷାକରେ ବିଭିନ୍ନ ଜାଗାରେ ମହିଳା ପୋଲିସକର୍ମୀ ନିୟୋଜିତ କରିଛନ୍ତି । ୟୁପି ୧୧୨ ଇଣ୍ଡିଆ ମୋବାଇଲ ଆପ ରାତ୍ରି ସୁରକ୍ଷା କବଚ ଯୋଜନା, ମହିଳା ହେଲ୍ପ ଡେସ୍କ ସହ ଛକ ଜାଗାରେ ପିଙ୍କ ବୁଥ ତିଆରି କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ନିଜେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧୀକୁ ନେଇ ପ୍ରତି ମାସରେ ସାରା ରାଜ୍ୟର ଅଧିକାରୀଙ୍କ ସହ ବୈଠକ କରନ୍ତି ।

Leave A Reply

Your email address will not be published.