ଦୁଷ୍ଟି ଆଢୁଆଳରେ ଦୁର୍ଗାପାଡ଼ୁ ଜଳ ପ୍ରପାତ

0 69

ରାୟଗଡା : ରାୟଗଡା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହି ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳି ରହିଛି। ହେଲେ ଅନେକ ପର୍ଯ୍ୟଟନ କ୍ଷେତ୍ରର ଆଜି ପର୍ଯ୍ୟନ୍ତ ବିକାଶ ହୋଇପାରି ନାହିଁ। ତେବେ ଜିଲ୍ଲାରେ ଏମିତି ଏକ ସୁନ୍ଦର ସ୍ଥାନ ରହିଛି ଯାହାକି ନିଜେ  ନ ଦେଖିଲେ ବିଶ୍ୱାସ କରିହେବ ନାହିଁ, ଯାହାକି ରାୟଗଡା ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୩୦ କିଲୋମିଟର ଦୂରତାରେ ରହିଛି। ସଦର ବ୍ଲକର ଦୁର୍ଗାପାଡୁ ପଞ୍ଚାୟତ ଅଧିନ ଆନ୍ଧ୍ର ଓଡିଶା ସୀମାନ୍ତରେ ଏହି ସବୁଜିମା ଚାରି ଦିଗରେ ପାହାଡ଼ ଘେରି ରହିଥିବା ଏହି ପ୍ରମୁଖ ଜଳ ପ୍ରପାତ ପାହାଡ଼ ଶିଖରୁ ଝରି ଆସୁଥିବା ଝରଣାର ଝର ଝର ଶବ୍ଦ ହୋଇ ବୋହି ଯାଉଛି ଏହି ଜଳ ପ୍ରପାତ। ଚାରୋଟି ସୋପାନରେ ଏହି ଝରଣାର କୁଳୁକୁଳୁ ଶବ୍ଦ କରି ଛିଣ୍ଡି ପଡୁଛି ତଳକୁ ତଳକୁ। ସୌନ୍ଦର୍ଯ୍ୟରେ ଭରପୂର ସହ ମନଲୋଭା ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଏହି ଦୁର୍ଗାପାଡୁ ଜଳ ପ୍ରପାତରେ।

ଏହି ଜଳ ପ୍ରପାତଟି ଓଡିଶା ତଥା ରାୟଗଡା ବ୍ଲକ ଶେଷ ଆନ୍ଧ୍ର ସୀମାନ୍ତରେ ଅବସ୍ତିତ। ଏଠାକୁ ଜିଲ୍ଲା ପର୍ଯ୍ୟଟକ ସମେତ ଆନ୍ଧ୍ରର ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ବୁଲିବା ସହ ବଣଭୋଜି କରିବା ନିମନ୍ତେ ଆସିଥାନ୍ତି। ଯାହାକି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ରହିଯାଇଛି। ପର୍ଯ୍ୟଟନ ବିଭାଗ ଏହି ସ୍ଥାନ ପ୍ରତି ଦୃଷ୍ଟି ଦେଇ ଏହି ଜଳ ପ୍ରପାତର ସୌନ୍ଦର୍ଯ୍ୟକରଣ  କରିବା ସହ ଆଲୋକ ଏବଂ ଯାତ୍ରୀ ରହିବା ନିମନ୍ତେ ପାନ୍ଥ ନିବାସଟିଏ ନିର୍ମାଣ କରି ଜଳ ପ୍ରପାତକୁ ଉପଭୋଗ କରିବା ପାଇଁ ଟିକେଟର ବ୍ୟବସ୍ତା କରିଲେ ଭଲ ରାଜସ୍ୱ ଆଦାୟ ମଧ୍ୟ ହୋଇପାରିବା ସଙ୍ଗେ ସଙ୍ଗେ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ମଧ୍ୟ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏହି ଜଳ ପ୍ରପାତକୁ ଯିବାକୁ ହେଲେ ସଦର ମହକୁମା ରାୟଗଡ଼ା ଠାରୁ ଭାୟା ଝୁଲା ବ୍ରିଜ ଓ ପିପିଲିଗୁଡା ଦେଇ ଏହି ସ୍ଥାନକୁ ଯାଇପାରିବେ। ସେହିପରି କୋଲନରା ଦେଇ ଯିବାକୁ ହେଲେ ପିପିଲିଗୁଡା ଦେଇ ଯାଇପାରିବେ ଏବଂ ଯଦି ରାମନାଗୁଡା କିମ୍ଭା ମୁକୁନ୍ଦପୁର ଦେଇ ଯିବାକୁ ଚାଉଁଥିଲେ ଭାୟା ପାଣିଛତ୍ର  ଦେଇ ଯିବାକୁ ରାସ୍ତା ରହିଛି। ଦୁଇ ଚକିଆ ଯାନ କିମ୍ଭା ଚାରି ଚକିଆ ଯାନ ନେଇ ଦୁର୍ଗାପାଡୁ ଜଳ ପ୍ରପାତକୁ ବୁଲିବା ଓ ବଣଭୋଜି କରିବା ପାଇଁ ଯାଇ ପାରିବେ।ଜିଲ୍ଲାରେ ଏତେ ସୁନ୍ଦର ଜଳ ପ୍ରପାତ ରହିଥିଲେ ହେଁ ପ୍ରଶାସନ ନିକଟରେ କୌଣସି ପ୍ରକାର ପ୍ରସ୍ତୁତି ନଥିବା ଓ ଏଠାରେ ବିକାଶର ଚିହ୍ନବର୍ଣ ହୋଇନାହିଁ। ଏଣୁ ଜିଲ୍ଲା ସଂସ୍କୃତି ବିଭଗ ଏବଂ ରାଜ୍ୟ ପର୍ଯ୍ୟଟନ ବିଭାଗ ତୁରନ୍ତ ଏହି ସ୍ଥାନକୁ ପର୍ଯ୍ୟଟନର ମାନ୍ୟତା ଦେବା ସହ ଏହି ଜଳ ପ୍ରପାତକୁ ବିକାଶ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳରବାସୀ ଦାବି କରିବା ସହ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ମଧ୍ୟ ଏହି ସ୍ଥାନକୁ ବିକାଶ କରିବା ଦିଗରେ ଜିଲା ପ୍ରଶାସନ ଦୃଷ୍ଟି ଦିଅନ୍ତୁ ବୋଲି ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.