ଲଗାଣ ବର୍ଷାରେ ଧସିଲା ପାହାଡ

0 69

ବ୍ରହ୍ମପୁର : ଲଗାଣ ବର୍ଷାରେ ଧସିଗଲା ପାହାଡ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଆଙ୍କୁଲିରେ ଲଗାଣ ବର୍ଷା ଯୋଗୁଁ ପାହାଡ ଧସି ଯାଇଛି । ଫଳରେ ଆଙ୍କୁଲି ପଞ୍ଚାୟତ ତଡକାସାହି ଓ ଚରିଆବାଦ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ସେହି ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ପାହାଡରୁ ମାଟି ଅତଡା ଧସି ଯାଇଛି । ପାହାଡ ଉପରୁ ମାଟି ଅତଡା ଧସି ରାସ୍ତା ଉପରେ ପାହାଡ ଭଳି ଗଦା ହୋଇଛି । ଫଳରେ ସେହି ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି ।

Leave A Reply

Your email address will not be published.