ଆରୋଗ୍ୟ ସେତୁ ଆପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା

0 69

ୱାଶିଂଟନ: କରୋନା ଭାଇରସ ବିରୋଧରେ ମୁକାବିଲା କରିବା ପାଇଁ ଭାରତ ପ୍ରସ୍ତୁତ ଆରୋଗ୍ୟ ସେତୁ ଆପ୍କୁ ପ୍ରଶଂସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଆରୋଗ୍ୟ ସେତୁ ଆପ୍ ଦେଶର କରୋନା କ୍ଲଷ୍ଟର ଚିହ୍ନଟ କରିବାରେ ସାହାଯ୍ୟ କରୁଛି ବୋଲି “ହୁ’ର ନିର୍ଦ୍ଦେଶକ ଟେଡ୍ରୋସ ଆଧନୋମ ଗେବ୍ରିୟେସୁସ୍ କହିଛନ୍ତି । ଆପ୍କୁ ପ୍ରଶଂସା କରି ସେ କହିଛନ୍ତି । ଆରୋଗ୍ୟ ସେତୁ ଆପ୍କୁ ୧୫୦ ମିଲିୟନ ୟୁଜର ଡାଉନ୍ଲୋଡ୍ କରିସାରିଲେଣି । ଏହି ଆପ୍ ସିଟି ପବ୍ଲିକ ହେଲଥ୍ ଡିପାର୍ଟମେଣ୍ଟକୁ କରୋନା କ୍ଲଷ୍ଟରଗୁଡ଼ିକ ଚିହ୍ନଟ କରିବାରେ ସାହାଯ୍ୟ କରୁଛି । ଯାହା ଫଳରେ କ୍ଲଷ୍ଟର ଏରିଆଗୁଡ଼ିକରେ ଲକ୍ଷ୍ୟର ସହିତ ଟେଷ୍ଟିଂ ସଂଖ୍ୟା ବଢ଼ାଯାଇପାରୁଛି ବୋଲି ଟେଡ୍ରୋସ କହିଛନ୍ତି । ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆପ୍କୁ ଲଞ୍ଚ କରିଥିଲେ । ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍ରେ ଆରୋଗ୍ୟ ସେତୁ ଆପ୍କୁ ଡାଟା ସିକ୍ୟୁରିଟିକୁ ନେଇ ମିଶ୍ରିତ ଫଳ ମିଳିଥିଲା । ବିରୋଧୀଙ୍କ ଠାରୁ ଆରମ୍ଭ କରି ଟେକ୍ ଏକ୍ସପର୍ଟମାନେ ମଧ୍ୟ ଡାଟା ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲେ । ତେବେ ଏଥିରେ ତଥ୍ୟ କେବଳ ଭାରତ ସରକାରଙ୍କ ପାଖରେ ରହିବ, କାହା ସହିତ ଏହି ତଥ୍ୟ ଶେୟାର କରାଯିବ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ କେନ୍ଦ୍ର ସରକାରୟ ଏସବୁ ସତ୍ତେ୍ୱ ଆରୋଗ୍ୟ ସେତୁ ଆପ୍କୁ ଲକ୍ଷ ଲକ୍ଷ ଲୋକ ଡାଉନଲୋଡ୍ କରିସାରିଲେଣି । ଭାରତରେ ଆରୋଗ୍ୟ ସେତୁ ଆପ୍ ଲଞ୍ଚ ହେବା ପରେ ବିଶ୍ୱର ଅଧିକ ଡାଉନଲୋଡ ହୋଇଥିବା କୋଭିଡ୍-୧୯ଟ୍ରାକିଂ ଆପ୍ଗୁଡ଼ିକ ମଧ୍ୟରେ ଏହା ନମ୍ବରୱାନ ହୋଇପାରିଥିଲା । ଆଜି ସାମ୍ବାଦିକ ସମ୍ମିଳନୀରେ “ହୁ’ ନିର୍ଦ୍ଦେଶକ ଟେଡ୍ରୋସ ଆରୋଗ୍ୟ ସେତୁ ଆପ୍କୁ ପ୍ରଶଂସା କରିବା ସହିତ ଜର୍ମାନୀ ଓ ୟୁକେରେ ପ୍ରସ୍ତୁତ କୋଭିଡ-୧୯ ଟ୍ରାକିଂ ଅ।।ପ୍କୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.