ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଗୁଗୁଲ୍ ପେ’ ଓ ଭିସା ସହଯୋଗରେ ଏସିଇ କ୍ରେଡିଟ୍ କାର୍ଡ ଉନ୍ମୋଚିତ

0 79

ଭୁବନେଶ୍ୱର: କିଛି ବର୍ଷ ଭିତରେ ଦେଶରେ ଡିଜିଟାଲ୍ ପେମେଂଟ୍ର ଗ୍ରହଣୀୟତା ବଢ଼ିଥିବା ବେଳେ ତାହାକୁ ନଜରରେ ରଖି ଗୁଗୁଲ୍ ପେ ଓ ଭିସା ସହଯୋଗରେ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏସ୍ କ୍ରେଡିଟ୍ କାର୍ଡ ଉନ୍ମୋଚନ କରାଯାଇଛି । ଡିଜିଟାଲ୍ ଅର୍ଥନୀତିରେ ସାମିଲ ହେବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ଏହି କାର୍ଡ ପ୍ରସ୍ତୁତ କରାଯାଇଛି । ଗୁଗୁଲ୍ ପେ ମାଧ୍ୟମରେ ମୋବାଇଲ୍ ରିଚାର୍ଜ କରି ଓ ବିଲ୍ ପେମଂଟ୍ କରି ଗ୍ରାହକମାନେ ୫% କ୍ୟାସ୍ବ୍ୟାକ୍ ପାଇପାରିବେ । ସେହିପରି ସ୍ୱିଗି, ଜୋମାଟୋ, ବିଗ୍ ବାସ୍କେଟ, ଗ୍ରୋଫର ଓ ଓଲା ଭଳି ପ୍ଲାଟଫର୍ମରେ ଖାଦ୍ୟ ବରାଦ କରିବା, ଅନଲାଇନ୍ରେ ଗ୍ରୋସରି କିଣିବା, କ୍ୟାବ୍ ବୁକିଙ୍ଗ୍ କରିବା ବେଳେ ମଧ୍ୟ ଗ୍ରାହକମାନେ ୪-୫ ପ୍ରତିଶତ କ୍ୟାସ୍ବ୍ୟାକ୍ ପାଇବେ । ସବୁ ପ୍ରକାର କାରବାର ଉପରେ ଅସୀମିତ ୨% କ୍ୟାସ୍ବ୍ୟାକ୍ ରହିଛି ।
ଆବେଦନ ଠାରୁ ଆରମ୍ଭ କରି କାର୍ଡ ଜାରି କରିବା ପର୍ଯ୍ୟ” ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଡିଜିଟାଲ୍ ମାଧ୍ୟମରେ କରି ଗ୍ରାହକମାନଙ୍କୁ ଡିଜିଟାଲ୍ ଅନୁଭୂତି ପ୍ରଦାନ କରାଯାଉଛି । ବ୍ୟବହାରକାରୀମାନେ ସେମାନଙ୍କ ଏସିଇ କ୍ରେଡିଟ୍ କାର୍ଡ ଖାତାରେ ସିଧାସଳଖ କ୍ୟାସ୍ବ୍ୟାକ୍ ଅର୍ଥ ପାଇପାରିବେ । ଭିସା ସହଯୋଗିତ।।ରେ ଟୋକେନାଇଜେସନ୍ ସୁବିଧାକୁ ମଧ୍ୟ ଏହି କାର୍ଡରେ ବ୍ୟବହାର କରାଯାଇଛି ଯାହା ମାଧ୍ୟମରେ କାର୍ଡ ବିବରଣୀ ନଦେଇ ଗ୍ରାହକମାନେ ଡିଜିଟାଲ୍ ଟୋକନ୍ ଜରିଆରେ କାରବାର କରିପାରିବେ ।
ଏହି ଅବସରରେ ସଂଜୀବ ମୋଘେ, ଇଭିପି ଓ ମୁଖ୍ୟ, ଆକ୍ସିସ୍ ବ୍ୟାଙ୍କ କାର୍ଡସ୍ ଆଣ୍ଡ୍ ପେମେଂଟସ୍ କହିଛ”ି ଯେ, “ଗ୍ରାହକମାନଙ୍କୁ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସମାଧାନ ପ୍ରଦାନ କରିବା ଲାଗି ଆମେ ନବସୃଜନ ଭିତିକ ସହଯୋଗିତା ଉପରେ ନିର”ର କାର୍ଯ୍ୟ କରୁଛୁ । ଏହି ଉଦ୍ୟମର ଅଂଶ ସ୍ୱରୂପ ଏସିଇ କ୍ରେଡିଟ୍ କାର୍ଡ ଆଣିବା ଲାଗି ଗୁଗୁଲ୍ ପେ’ ଓ ଭିସା ସହିତ ସହଯୋଗିତା ସ୍ଥାପନ କରିିଥିବାରୁ ଆମେ ଆନନ୍ଦିତ, ଯାହା ହେଉଛି ଏହି କ୍ଷେତ୍ରର ଏକ ଉକ୍ରୃଷ୍ଣ କାର୍ଡ ଯାହା କେବଳ ଲାଭ ଏବଂ ରିୱାର୍ଡ ପ୍ରଦାନ କରିବ ନାହିଁ ବରଂ ଡିଜିଟାଲ୍ ଅର୍ଥନୀତିରେ ଭାଗ ନେବା ଲାଗି ଗ୍ରାହକମାନଙ୍କ ଆବଶ୍ୟକତାକୁ ସୁହାଇବା ଭଳି ଏହାକୁ ଡିଜାଇନ୍ କରାଯାଇଛି । ଏହି ସହଯୋଗିତା ଏବଂ ଉତ୍ପାଦ ସହ କ୍ରେଡିଟ୍ କାର୍ଡ ସାନ୍ଧ୍ରତାକୁ ବଢ଼ାଇବାରେ ଗୁଗୁଲ୍ ପେ’ ସହ ସହଯୋଗିତା ସହାୟକ ହେବ ଓ କମ୍ ନଗଦ କାରବାର ହେଉଥିବା ଏକ ସମାଜ ଗଠନ କରିବା ଏବଂ ଡିଜିଟାଲ୍ ଇଣ୍ଡିଆ ପାଇଁ ଆମର ରହିଥିବା ଲକ୍ଷ୍ୟକୁ ଏହା ପୂରଣ କରିବ ।” ଅମ୍ବରିଶ କେଘେଂ ବରିଷ୍ଠ ନିର୍ଦେଶକ-ଉତ୍ପାଦ ପରିଚାଳନା, ଗୁଗୁଲ୍ ପେ’ କହିଛ”ି ଯେ, “ଆମ ବ୍ୟବହାରକାରୀଙ୍କୁ ସହାୟତ ହେଉଥିବା ନୂଆ ସୁବିଧା ଓ ଉତ୍ପାଦ ଆଣିବା ଲାଗି ଭିସା ଓ ଆକ୍ସିସ୍ ବ୍ୟାଙ୍କ ସହିତ ଯୋଡ଼ି ହୋଇଥିବାରୁ ଆମେ ବହୁତ ଖୁସି । ଏସିଇ କ୍ରେଡିଟ୍ କାର୍ଡ ଜରିଆରେ ଆମେ ଏକ ନିରବଚ୍ଛିନ୍ନ ପ୍ରୟୋଗ ବ୍ୟବସ୍ଥା ଆଣିଛୁ ଯାହା ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଆମେ ଆଶା କରୁୁଛୁ ଯେ ଏହା ଅନେକ ଗ୍ରାହକଙ୍କୁ ଡିଜିଟାଲ୍ ପେମେଂଟ୍ କ୍ଷେତ୍ରରେ ସାମିଲ କରିବ ଏବଂ ଅଧିକ ଗ୍ରାହକ କ୍ରେଡିଟ୍ ହାସଲ କରିପାରିବେ । ସାରା ଭାରତରେ ଆମେ ଏହି ସେବା ଆରମ୍ଭ କରିବା ପରେ ଗୁଗୁଲ୍ ପେ’ ଆପ୍ରେ ବ୍ୟବହାରକାରୀମାନେ କ୍ରେଡିଟ୍ କାର୍ଡ ବିକଳ୍ପକୁ ଦେଖିପାରିବେ । ବ୍ୟବହାରକାରୀଙ୍କ ଠାରୁ ଯେଉଁଭଳି ମତ ମିଳିବ ସେହି ଅନୁସାରେ ଆମେ ଉତ୍ପାଦକୁ ଅଧିକ ମାର୍ଜିତ କରିବୁ ।” ଟିଆର୍ ରାମଚନ୍ଦ୍ରନ, ଗ୍ରୁପ୍ କଂଟ୍ରି ମ୍ୟାନେଜର, ଭିସା, ଭାରତ ଓ ଦକ୍ଷିଣ ଏସିଆ କହିଛ”ି ଯେ, “କ୍ରେଡିଟ୍ କାର୍ଡ ପ୍ରତି ଗ୍ରାହକଙ୍କ ମାନସିକତାରେ ଦ୍ରୁତ ପରିବର୍ତନ ଦେଉଛି । ଏହା ସହିତ ଋଣ ପହଂଚାଇବା କ୍ଷେତ୍ରରେ ରହିଥିବା ବ୍ୟାପକ ସମ୍ଭାବନା ଏହି କ୍ଷେତ୍ରରେ ବିପୁଳ ସୁଯୋଗ ସୃଷ୍ଟି କରିଛି । ଆଜିର ଡିଜିଟାଲ୍ ପ୍ରଥମ ଗ୍ରାହକମାନେ ଏକ ସହଜ, ସୁରକ୍ଷିତ ଏବଂ ରିୱାର୍ଡ ପ୍ରଦାନ କରୁଥିବା ଅନୁଭୂତି କ୍ରେଡିଟ୍ କାର୍ଡରୁ ଚାହୁଛ”ି । ଏସିଇ କ୍ରେଡିଟ୍ କାର୍ଡ ଉନ୍ମୋଚନ କରିବା ଲାଗି ଗୁଗୁଲ୍ ପେ’ ଓ ଆକ୍ସିସ୍ ବ୍ୟାଙ୍କ ସହ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ବହୁତ ଖୁସି ଯାହା ଆଜିର ଗ୍ରାହକଙ୍କୁ ସୁରକ୍ଷିତ, ସହଜ ଏବଂ ଉନ୍ନତ ଉତ୍ପାଦ ଅନୁଭୂତି ପ୍ରଦାନ କରିବ ।”

Leave A Reply

Your email address will not be published.