ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

0 60

ବାଲେଶ୍ୱର: ଧାନ ବିଲକୁ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ ଓଲଟିଲା ପଡ଼ିବା ଫଳରେ ୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଡିଗିରିବାହୀ ଛକ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି କଷାଫଳ ମୁହାଣରୁ ବାଲେଶ୍ୱର ଆସୁଥିଲା। ଏହି ସମୟରେ ବସ୍‌ଟି ଭାରସାମ୍ୟ ହରାଇ ଡିଗିରିବାହୀ ଛକ ନିକଟରେ  ଓଲଟି ପଡ଼ିଥିବା ସୂଚନା ମିଳିଛି। ଆହତ ୫ ଯାତ୍ରୀଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଅଛନ୍ତି।ବସ୍‌ରେ ୨୦ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.