ସୁରକ୍ଷାବଳଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ

0 61

ଶ୍ରୀନଗର, ୧୭ ।୧୦ : ଜାମ୍ମୁ-କାଶ୍ମୀରର ଅନନ୍ତନାଗରେ ଲାରନୁ ଇଲାକାରେ ଶନିବାର ସକାଳେ ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ପୋଲିସ ଓ ସୁରକ୍ଷାବଳ ଏହି ଅପରେସନ୍ରେ ନିୟୋଜିତ ଅଛନ୍ତି । ଯାହା ସୂଚନା ମିଳୁଛି ସୁରକ୍ଷାବଳଙ୍କ ଗୁଳିରେ ଜରେ ଆତଙ୍କବାଦୀ ନିହତ ହୋଇଛି । ଅନ୍ୟପକ୍ଷରେ ଶୁକ୍ରବାର ବଡ଼ଗାମରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଜବରଦସ୍ତ ଗୁଳି ବିନିମୟ ହୋିଥିଲା । ଏଠାରେ ୨ରୁ ୩ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାବଳ ଘେରାବନ୍ଦୀ କରିଦେଇଥିଲା ।

Leave A Reply

Your email address will not be published.