ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଓ ସ୍ତ୍ରୀଙ୍କ ନାମରେ ମାମଲା ରୁଜୁ

0 63

ମୁମ୍ୱାଇ: ବଲିଉଡ କଳାକାର ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାକ୍ଷୟ ଓରଫ ମିମୋହ ଏବଂ ତାଙ୍କ ସ୍ତ୍ରୀ ଯୋଗୀତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ମୁମ୍ୱାଇ ପୁଲିସ । ଜଣେ ଯୁବତୀଙ୍କୁ ଦୁଷ୍କର୍ମ ସହିତ ଗର୍ଭପାତ କରାଇଥିବା ଅଭିଯୋଗ ରହିଛି ଏହି ମା ଓ ପୁଅଙ୍କ ନାମରେ । ମିଥୁନ ଚକ୍ରବର୍ତ୍ତୀଙ୍କ ଘର ନିକଟସ୍ଥ ଓସିୱାରା ପୁଲିସ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଛି । ପୀଡ଼ିତା ମହିଳା ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ୨୦୧୫ ମସିହାରୁ ମହାକ୍ଷୟଙ୍କ ସହ ସମ୍ପର୍କ ରଖିଥିଲେ । ମହାକ୍ଷୟ ତାଙ୍କୁ ବିବାହ କରିବେ ବୋଲି ମଧ୍ୟ ସୁନିଶ୍ଚିତ କରାଇଥିଲେ । ପୁଲିସକୁ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି ପୀଡିତା । ୨୦୧୫ରେ ମହାକ୍ଷୟ ତାଙ୍କୁ ତାଙ୍କ ଘରକୁ ଡାକିଥିଲେ ଏବଂ ମୃଦୁ ପାନୀୟରେ ଡ୍ରଗ୍ସ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏହି ସମୟ ମଧ୍ୟରେ ମହାକ୍ଷୟ ପୀଡିତାଙ୍କ ବିନା ସହମତିରେ ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ଜଣାପଡ଼ିଛି । ଏହାପରେ ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ଠକିଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି । ପୀଡ଼ିତାଙ୍କ ବୟାନ ଅନୁଯାୟୀ ମିଥୁନଙ୍କ ପୁଅ ତାଙ୍କ ସହ ·ରି ବର୍ଷ ଶାରୀରିକ ସମ୍ପର୍କ ରଖିଥିଲେ । ପରେ ଯେତେବେଳେ ପୀଡ଼ିତା ଗର୍ଭବତୀ ହୋଇଥିଲେ, ମହାକ୍ଷୟ ତାଙ୍କୁ ଗର୍ଭପାତ କରାଇବାକୁ ·ପ ପକାଇଥିଲେ । ହେଲେ ପୀଡ଼ାତ ରାଜି ହୋଇନଥିଲେ । ଏହାପରେ ମିଥୁନଙ୍କ ପୁଅ ଅନ୍ୟ ଔଷଧ ନାଁରେ ଗର୍ଭପାତ ଟାବଲେଟ ଦେଇ ତାଙ୍କର ଗର୍ଭପାତ କରାଇଥିଲେ ବୋଲି ପୀଡ଼ିତା କହିଛନ୍ତି । ମିଥୁନଙ୍କ ପୁଅ ଏଭଳି କରାଇବା ପଛରେ ତାଙ୍କ ମାଆ ଯୋଗିତାଙ୍କ ନାମ ରହିଛି ବୋଲି ପୀଡ଼ାତା କହିଛନ୍ତି । ପୀଡ଼ିତା ଏହି ମାମଲାରେ ଏଫଆଇଆର ଦେବାକୁ ଚେଷ୍ଟା କରିଥିଲେ । ହେଲେ ପୁଲିସ ମାମଲା ଗ୍ରହଣ କରିନଥିଲା । ଏହାପରେ ପୀଡ଼ିତା ମୁମ୍ବାଇ ଛାଡି ଦିଲ୍ଲୀ ଯାଇଥିଲେ । କିଛି ପ୍ରମାଣକୁ ଆଧାର କରି ପୀଡ଼ିତା ଦିଲ୍ଲୀର ରୋହିଣୀ କୋର୍ଟରେ ଆବେଦନ କରିଥିଲେ । ଏହାପରେ କୋର୍ଟ ଏଫଆଇଆରକୁ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ମୁମ୍ବାଇର ଓସିୱାରା ପୁଲିସ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଛି । ମିଥୁନଙ୍କ ପୁଅ ତାଙ୍କ ଗର୍ଲଫ୍ରେଣ୍ଡ ମାଦାଲସା ଶର୍ମାଙ୍କୁ ୭ ଜୁଲାଇ ୨୦୧୮ ରେ ବିବାହ କରିଛନ୍ତି ।

Leave A Reply

Your email address will not be published.