ନାବାଳିକାକୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା

0 57

ନାସକାଣ୍ଠା: ଛାତି ଥରାଇ ଦେବା ଭଳି ଘଟଣା ଗୁଜରାଟରୁ ଆସିଛି । ଏଠାରେ ଜଣେ ୧୨ ବର୍ଷୀୟ ଝିଅଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ବାଇକ୍ରେ ନେଇ ଦୁଷ୍କର୍ମ କରିଛନ୍ତି । ଦୁଷ୍କର୍ମ ପରେ ଅଭିଯୁକ୍ତ ଜଣକ ନାବାଳିକାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛି । ଆକ୍ରମଣ ଯୋଗୁ ନାବାଳିକାଟିର ମୁହଁ ଓ ମୁଣ୍ଡ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗୁଜରାଟର ବନାସକାଣ୍ଠା ଜିଲ୍ଲା ଦେସା ସହରରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପୁଲିସ୍ର ସୂଚନା ଅନୁଯାୟୀ, ନାବାଳିକା ଜଣଙ୍କ ଶୁକ୍ରବାର ଠାରୁ ନିଖୋଜ ଥିଲେ । ଆଜି ଏକ ପରିତ୍ୟକ୍ତ ସ୍ଥାନରୁ ତାଙ୍କର କ୍ଷତାକ୍ତ ମୃତଦେହ ମିଳିଛି । ପୁଲିସ୍ ଏହି ଘଟଣାରେ ପୀଡ଼ିତାଙ୍କର ଜଣେ ୨୫ ବର୍ଷୀୟ ସମ୍ପର୍କୀୟଙ୍କୁ ଅଟକ ରଖି ଜେରା କରୁଛି । ଶୁକ୍ରବାର ଏହି ଯୁବକ ଜଣଙ୍କ ତାଙ୍କୁ ଗାଡ଼ି ବସାଇ ବୁଲାଇବାକୁ ନେଇ ଯାଇଥିଲେ । ଏହାପରେ ସେ ନାବାଳିକାକୁ ଏକ ନିଛାଟିଆ ସ୍ଥାନରେ ଜୋରଜବରଦସ୍ତି ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ପରେ ସେ ହିଁ ତାଙ୍କୁ ହତ୍ୟା କରିଛି ବୋଲି ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛିୟ ଆଜି ନାବାଳିକାଟିର ମୃତଦେହ ମୋତି ଭାକର ଗାଁ ନିକଟ ପଡ଼ିଆରୁ ପୁଲିସ୍ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.