ବଲିଆ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଧୀରେନ୍ଦ୍ର ସିଂହ ଗିରଫ

0 55

ଲକ୍ଷେ୍ନø; ଉତ୍ତରପ୍ରଦେଶ ବଲିଆ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଧୀରେନ୍ଦ୍ର ସିଂହ ଗିରଫ ହୋଇଛନ୍ତି । ଲକ୍ଷେ୍ନøର ଜନେଶ୍ୱର ମିଶ୍ର ପାର୍କ ନିକଟରେ ଧୀରେନ୍ଦ୍ରକୁ ଗିରଫ କରିଛି ୟୁପି ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ । ଧୀରେନ୍ଦ୍ରଙ୍କ ସହିତ ତାଙ୍କର ଅନ୍ୟ ସହଯୋଗୀ ସନ୍ତୋଷ ଯାଦବ ଓ ମର୍ଜୀତ ଯାଦବ ଗିରଫ ହୋଇଛନ୍ତି । ଏମାନଙ୍କଠାରୁ ମାରଣାସ୍ତ୍ର ଜବତ କରାଯାଇଥିବା ଜଣେ ପୋଲିସ ଅଫିସର ସୂଚନା ଦେଇଛନ୍ତି । ଖବର ସରବରାହ ସଂସ୍ଥା ଏଏନ୍ଆଇ ଅନୁସାରେ, ଧୀରେନ୍ଦ୍ର ଓ ସାଥି ଗିରଫ ହେବା ନେଇ ଏସ୍ଟିଏଫ୍ ଆଇଜି ଅମିତାଭ ୟଶ ସୂଚନା ଦେଇଛନ୍ତି । ସେମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ପ·ରଉଚରା କରାଯିବ । ଏସ୍ଟିଏଫ୍ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଧୀରେନ୍ଦ୍ର ଗୁଳିକାଣ୍ଡ ଘଟାଇ ଫେରାର୍ ହୋଇଯିବା ପରେ ଉତ୍ତରପ୍ରଦେଶର ଅନେକ ବିଜେପି ନେତାଙ୍କ ସହିତ ଯୋଗାଯୋଗରେ ଥିଲା । ସେମାନଙ୍କ ଉପଦେଶ କ୍ରମେ ଧୀରେନ୍ଦ୍ର ପୋଲିସରେ ଆତ୍ମସମର୍ପଣ କରିବାକୁ ·ହିଁଥିଲା । କିନ୍ତୁ ଏହା ପୂର୍ବରୁ ଏସ୍ଟିଏଫ୍ ଧୀରେନ୍ଦ୍ରକୁ ଗିରଫ କରିଛି । ଘଟଣା ଅନୁସାରେ, ଅକ୍ଟୋବର ୧୫ରେ ଉତ୍ତରପ୍ରଦେଶର ବଲିଆଠାରେ ରାସନ ଦେବା ଘଟଣାକୁ ନେଇ ଜୟପ୍ରକାଶ(୪୬)ଙ୍କ ସହିତ ଯୁକ୍ତିତର୍କ ହେବା ପରେ ପୋଲିସ ସାମ୍ନାରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏଥିରେ ଧୀରେନ୍ଦ୍ରଙ୍କ ସମେତ ଅନ୍ୟମାନେ ବି ସାମିଲ ଥିଲେ । ଏହି ଘଟଣାରେ ଏପର୍ଯ୍ୟନ୍ତ ୧୦ ଜଣ ଗିରଫ ହୋଇସାରିଲେଣି ।

Leave A Reply

Your email address will not be published.