କରୋନା ଉପରେ ଗବେଷଣା ପାଇଁ ପୁରସ୍କୃତ ହେଲେ ଆମେରିକାରେ ଭାରତୀୟ ବଂଶୋଦ୍ଭବ ଅନିକା ଚେବ୍ରୋଲ୍

0 69

ନୂଆଦିଲ୍ଲୀ, ୨୦ ।୧୦: ଆମେରିକାରେ କରୋନା ଉପରେ ଗବେଷଣା ପାଇଁ ଭାରତୀୟ ବଂଶୋଦ୍ଭବ ୧୪ବର୍ଷ ବୟସ୍କା ଅନିକା ଚେବ୍ରୋଲୁଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଅନିକା ଗବେଷଣା ପାଇଁ ୨୫ ହଜାର ଡଲାର ଅର୍ଥାତ୍ ପ୍ରାୟ ୧୮ ଲକ୍ଷ ଟଙ୍କା ପୁରସ୍କାର ଜିତିଛନ୍ତି । କରୋନା ମହାମାରୀ ଆରମ୍ଭ ହେବା ପରେ ସେ ଏଥିରୁ ରକ୍ଷା ପାଇବା ଉପରେ ଧ୍ୟାନ ଦେଇଥିଲେ । ଆମେରିକୀୟ ସଂସ୍ଥା ୩ଏମ୍ ଦ୍ୱାରା ଚଲାଯାଇଥିବା ୟଙ୍ଗ୍ ସାଇଣ୍ଟିଷ୍ଟ୍ ୨୦୨୦ରେ ଅନିକା କରୋନା ସଙ୍କଟରୁ ଲଢ଼ିବା ପାଇଁ ଗବେଷଣା କରିଛନ୍ତି । ନିଜ ଗବେଷଣାରେ ଅନିକା ଏକ ମଲେକ୍ୟୁଲକୁ ବିକଶିତ କରିଛନ୍ତି, ଯାହା କରୋନା ଭାଇରସ୍ ବିରୋଧରେ ଲଢ଼େଇରେ ସହାର୍ଯ୍ୟ କରିଥାଏ । ଏହି ମଲେକ୍ୟୁଲ ସାହାଯ୍ୟରେ ଶରୀରରେ କରୋନା ଭାଇରସ୍ ଏକ ସ୍ପାଇକ୍ ପ୍ରୋଟିନରେ ବାନ୍ଧି ହୋଇପାରେ ଏବଂ ବ୍ୟାପିବାରୁ ରୋକା ଯାଇ ପାରିବ । ଆମେରିକୀୟ କମ୍ପାନୀ ୩ଏମ୍ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲରେ ଅନିକାଙ୍କ ସମେତ ୧୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.