ଭୟଙ୍କର ଭୂସ୍ଖଳନ: ଏକାଧିକ ଲୋକ ·ପି ହୋଇ ରହିଥିବା ଆଶଙ୍କା

0 77

ବିଜୟୱାଡା, ୨୧ ।୧୦: ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ ଥିବା ପ୍ରସିଦ୍ଧ କନକ ଦୁର୍ଗା ମନ୍ଦିରରେ ଆଜି ଭୟଙ୍କର ଭୂସ୍ଖଳନ ହୋଇଛି । ଭୂସ୍ଖଳନ ବେଳେ ମନ୍ଦିର ପରିସରରେ ଏକାଧିକ ଶ୍ରଦ୍ଧାଳୁ ରହିଥିଲେ । ତେଣୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ତେବେ ଭୂସ୍ଖଳନର କାରଣ ଜଣାପଡ଼ିନାହିଁ । ଏହାପୂର୍ବରୁ ବୁଧବାର ଇନ୍ଦିରା କୀଲାଦ୍ରୀ ପାହାଡ଼ରେ କିଛି ବୋଲଡୋଜର କାମ କରୁଥିଲା । ତେବେ ଏହା ମଧ୍ୟରୁ ଗୋଟିଏ ବୋଲଡୋଜର କନକ ଦୁର୍ଗା ମନ୍ଦିର ପରିସରରେ ଥିବା ଗୋଟିଏ ଘର ଉପରେ ଖସି ପଡ଼ିଥିଲାୟ ଏହି କାରଣରୁ ମଧ୍ୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ଏହି ଘଟଣାରେ ୨ ଜଣ ଆହତ ମଧ୍ୟ ହୋଇଛନ୍ତି । ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେ‡ୀ କନକ ଦୁର୍ଗା ମନ୍ଦିର ଯିବାର ଥିଲା । ଏହା ପୂର୍ବରୁ ହିଁ ବୋଲଡୋଜର ଖସି ମନ୍ଦିର ପରିସରରେ ଥିବା ଗୋଟିଏ ଘର ଭାଙ୍ଗି ଯାଇଛି । ଅକ୍ଟୋବର ୧୭ ଠାରୁ ଏଠାରେ ହଶହରା ପାଇଁ ୧୦ ଦିନିଆ ଉତ୍ସବ ପାଳନ କରାଯାଉଛି । ତେଣୁ ଉଭୟ ଦୁର୍ଘଟଣାରେ ଏକାଧିକ ଶ୍ରଦ୍ଧାଳୁ ଫସି ରହିଥିବା ଆଶଙ୍କା ପ୍ରକାଶ ପାଇଛି ।

Leave A Reply

Your email address will not be published.