କ୍ୟାନ୍ସରରୁ ମୁକୁଳିଲେ ସଞ୍ଜୟ

0 85

ବଲିଉଡ୍ର ପ୍ରଖ୍ୟାତ ଅଭିନେତା ସଞ୍ଜୟ ଦତ୍ତ କ୍ୟାନ୍ସର ଭଳି ଦୂରାରୋଗ୍ୟ ବିରୋଧରେ ବିଜୟଲାଭ କରିଛନ୍ତି । ଦୀପାବଳୀ ପୂର୍ବରୁ ସଞ୍ଜୟ ସୁସ୍ଥ ହେବାର ଖବର ତାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଆଣିଦେଇଛି । ସଞ୍ଜୟ ଦତ୍ତ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ୱିଟ୍ରେ ନିଜ ପରିବାର, ସାଥୀ ଓ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯେଉଁମାନେ କି ମୁସ୍କିଲ୍ ସମୟରେ ତାଙ୍କ ସହ ଛିଡ଼ା ହୋଇଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି ଗତ କିଛି ସପ୍ତାହ ହେବ ମୋ ପରିବାର ଖୁବ୍ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । କିନ୍ତୁ ଆଜି ମୋ ପୁଅର ବାର୍ଥ ଡେ’ରେ ମୁଁ ଖୁସି କି ମୁଁ ଏହି ଦୁରାରୋଗ୍ୟ ବିରୁଦ୍ଧରେ ଜିତି ବାହାରକୁ ଆସିଛି ।

Leave A Reply

Your email address will not be published.