ମୋନାଲିସାଙ୍କ ନୂଆ ଅବତାର

0 73

ବିଗ୍ବସ୍ ଫେମ୍ ମୋନାଲିସା ଦୁର୍ଗା ଅବତାରରେ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି ଯାହାକି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓରେ ମୋନାଲିସା ଦୁର୍ଗାଙ୍କ ଅବତାରରେ ନିଜକୁ ପ୍ରସ୍ତୁତ କରିଛନ୍ତି । ସେ ଏହି ଇନ୍ଷ୍ଟା ରିଲ୍ରେ ଖୁବ୍ ଆଗ୍ରେସିଭ୍ ଏକ୍ସପ୍ରେସନ୍ସ ଦେଇଛନ୍ତି ଓ ତାଙ୍କ ମୁଣ୍ଡରେ ମା’ ଦୁର୍ଗାଙ୍କ ମୁକୁଟ ବେଶ୍ ଶୋଭା ଦେଉଛି । ଏହି ଭିଡିଓକୁ ସେୟାର କରି ମୋନାଲିସା ଲେଖିଛନ୍ତି କି ମା’ ଦୁର୍ଗା ଏହି କରୋନା ଅସୁରଙ୍କୁ ବିନାଶ କରନ୍ତୁ । ଏହି ଭିଡିଓକୁ ମାତ୍ର କିଛି ଘଣ୍ଟାରେ ହଜାର ହଜାର ଦର୍ଶକ ଦେଖିବା କମେଣ୍ଟ ବକ୍ସରେ ତାଙ୍କର ଏହି ଲୁକ୍କୁ ଖୁବ୍ ପସନ୍ଦ କରୁଛନ୍ତି ଓ ତାଙ୍କର ଆକ୍ଟିଂକୁ କିଛି ୟୁଜର୍ସ ମଜାଦାର କମେଣ୍ଟସ୍ ଦେଇଛନ୍ତି । କିଛି ୟୁଜର୍ସ ତାଙ୍କର ଦୁର୍ଗା ଲୁକ୍କୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ୟୁଜର୍ସ ଲେଖିଛନ୍ତି କି କ’ଣ ଆପଣ ଭୁଲିଯାଉଛନ୍ତି କି ଆପଣ ଜଣେ ଡାହାଣୀ… । ଆଉ କିଛି ୟୁଜର୍ସ ତାଙ୍କର ଓଭରଆକ୍ଟିଂକୁ ନେଇ ବି ନାରାଜବ୍ୟକ୍ତ କରିଛନ୍ତି । ସୂଚନାଥାଉକି ମୋନାଲିସା ବିଗ୍ବସ୍କୁ ଫେରିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା ।

Leave A Reply

Your email address will not be published.