ଆଇପିଏଲରୁ ବ୍ରାଭୋ ଆଉଟ

0 79

ଦୁବାଇ, ୨୧ ।୧୦: ଚଳିତ ଆଇପିଏଲରେ ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଚେନ୍ନାଇ ସୁପର କିଙ୍ଗସକୁ ଏବେ ଆଉ ଏକ ବଡ଼ ଝଟକା ଲାଗିଛି । ଦଳର ସବୁଠାରୁ ଅଭିଜ୍ଞ ଖେଳାଳି ତଥା ଇଣ୍ଡିଜ ଅଲରାଉଣ୍ଡର ଡ୍ୱେନ ବ୍ରାଭୋ ଆହତ କାରଣରୁ ଅବଶିଷ୍ଟ ଆଇପିଏଲ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି । ଚେନ୍ନାଇ ଓ ଦିଲ୍ଲୀ ବିପକ୍ଷ ମ୍ୟାଚ୍ରେ ବ୍ରାଭୋ ଆହତ ହୋଇ ଅଧାରୁ ପଡ଼ିଆ ଛାଡ଼ିଥିଲେ । ଏହି ମ୍ୟାଚ୍ରେ ସେ ମାତ୍ର ୩ ଓଭର୍ ବୋଲିଂ କରିବାକୁ ସକ୍ଷମ ହୋଇଥିଲେ । ଶେଷ ଓଭର ସେ ବୋଲିଂ କରିବାର ଥିଲା । ହେଲେ ଆହତ କାରଣରୁ ରବୀନ୍ଦ୍ର ଜାଡେଜା ବୋଲିଂ କରିଥିଲେ । ଦିଲ୍ଲୀ ଏହି ଓଭରରେ ୧୭ ରନ୍ ଆଦାୟ କରି ଚେନ୍ନାଇକୁ ପରାସ୍ତ କରିଥିଲା । ଏହାର ପରବର୍ତ୍ତୀ ମ୍ୟାଚ୍ରେ ମଧ୍ୟ ବ୍ରାଭୋଙ୍କୁ ଦେଖିବାକୁ ମିଳି ନଥିଲା । ଏବେ ସେ ଆହତ କାରଣରୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି । ଚେନ୍ନାଇର ସିଇଓ କାଶୀ ବିଶ୍ୱନାଥନ କହିଛନ୍ତି, ଗୋଇଠିରେ ଆହତ ଯୋଗୁ ବ୍ରାଭୋ ପୂରା ଆଇପିଏଲରୁ ବାଦ୍ ପଡ଼ିଛନ୍ତି । ଏହା ନିଶ୍ଚିତ ଭାବେ ଆମ ପାଇଁ ଏକ ଦୁର୍ଭାଗ୍ୟର ବିଷୟ । ଚଳିତ ଆଇପିଏଲରେ ବ୍ରାଭୋ ୬ଟି ମ୍ୟାଚ୍ ଖେଳି ମାତ୍ର ୭ ରନ୍ କରିଛନ୍ତି । ତେବେ ସେ ୬ଟି ମ୍ୟାଚ୍ରେ ୬ଟି ୱିକେଟ ନେଇଥିଲେ ଓ ତାଙ୍କ ଇକୋନୋମି ରେଟ୍ ୮.୫୭ ରହିଥିଲା ।

Leave A Reply

Your email address will not be published.