କେବୁଲ ଚୋରି ଅଭିଯୋଗରେ ୪ ଗିରଫ

0 69

ଭଦ୍ରକ: ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ପାଳଦାବାଙ୍କ ହୁମାନ ବାଟିକା ନିକଟରେ ଟେଲିଫୋନ କେବୁଲ ଚୋରି କରୁଥିବା ବେଳେ ଚାରି ଚୋରଙ୍କୁ ବୁଧବାର ପୁଲିସ ଗିରଫ କରିଛି । କହରାପୋଖରୀ ଗ୍ରାମର କାଳିଆ ବେହେରା, ବିଜୁ ମୁଣ୍ଡା, ଶ୍ରୀଧର ଓ ଅନ୍ୟଜଣେ ନାବାଳକଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ତୀର, କୋଦାଳ, ଶାବଳ, ଆରି ଆଦି ଜବତ କରାଯାଇଛି । କହରାପୋଖରୀ ଭାରତ ସଞ୍ଚାର ନିଗମ ଲାଇନମ୍ୟାନ ଦାଶରଥି ବେହେରାଙ୍କ ଅଭିଯୋଗ କ୍ରମେ ଥାନାରେ ୨୦୨/୨୦ ନଂ ମାମଲା ଋଜୁ କରାଯାଇଛି । ନାବାଳକକୁ ଅଭିଭାବକଙ୍କ ଜିମା ଦିଆଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.